ରାଜ୍ୟ

ଶହୀଦ ପ୍ରଦୀପ ପଣ୍ଡାଙ୍କ ପରିବାରକୁ ସ୍ଵାଧୀନତା ସଂଗ୍ରାମୀ ମହୋତ୍ସବରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨।୧: ଆଜି ଭୁବନେଶ୍ବର ଡଃ ହରେକୃଷ୍ଣ ମହତାବ ଭବନରେ ୩୧ତମ ସ୍ଵାଧୀନତା ସଂଗ୍ରାମୀ ମହୋତ୍ସବ-୨୦୧୮ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ସ୍ବାଧୀନତା ସଂଗ୍ରାମୀ ଡଃ ହରେକୃଷ୍ଣ ମହତାବଙ୍କ ଜୀବନୀ ସମ୍ବଳିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରି କହିଥିଲେ, ଡଃ ମହତାବ ଦେଶର ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ଦେବା ସହିତ ଓଡ଼ିଶାର ସାମାଜିକ, ଆର୍ଥୀକ ଓ ସାହିତ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ।
ଏହି ଅବସରରେ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡିଆ ଯବାନ ପ୍ରଦୀପ ପଣ୍ଡାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସହାୟତା ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରତିରକ୍ଷା ଓ ଅର୍ଦ୍ଧସାମରିକ କର୍ମଚାରୀ ରିଲିଫ ପାଣ୍ଠିରୁ ପ୍ରଦୀପଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ବ୍ୟତୀତ ଏହି ପାଣ୍ଠିରୁ ପ୍ରଦୀପଙ୍କ ସ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାସିକ ୨୦୦୦ ଟଙ୍କାର ପେନ୍‌ସନ୍‌ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ଉକ୍ତ ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ପ୍ରଦୀପ ମଧ୍ୟ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button