April 20, 2024

ଆଇସିସି କ୍ରିକେଟ ହଲ୍ ଅଫ୍ ଫେମରେ ସାମିଲ୍ ହେଲେ ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର

1 min read

ଆଓରି-ନୂଆଦିଲ୍ଲୀ(୧୯/୦୭) : ଆଇସିସି(ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ) ଭାରତର ଗର୍ବ ତଥା କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚ୍ଚିନ ତେନ୍ଦୁଲକରଙ୍କୁ ଏକ ବଡ ସମ୍ମାନ ପ୍ରଦାନ କରିଛନ୍ତି । ଆଇସିସି ମାଷ୍ଟର ବ୍ଲାଷ୍ଟରଙ୍କୁ ହଲ୍ ଅଫ୍ ଫେମ୍‌ରେ ସାମିଲ କରିଛି ଆଇସିସି । ଲଣ୍ଡନରେ ହେଉଥିବା ଏକ ସମାବେଶରେ ସଚ୍ଚିନଙ୍କ ବ୍ୟତୀତ ସାଉଥ୍ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର୍ ଏଲନ୍ ଡୋନାଲ୍ଡ୍ ଏବଂ ଅଷ୍ଟ୍ରେଲିଆର ମହିଳା ବୋଲର୍ କ୍ୟାଥେରିନଙ୍କୁ ଗୁରୁବାର ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇବାରେ ସଚ୍ଚିନ ଷଷ୍ଠ ଭାରତୀୟ ।

ଏହା ପୂର୍ବରୁ ବିଶନ୍ ସିଂହ ବେଦୀ, କପିଲ ଦେବ, ସୁନୀଲ ଗାଭାଷ୍କର୍, ଅନିଲ କୁମ୍ବଲେ ଏବଂ ରାହୁଲ ଦ୍ରାବିଡଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଆଇସିସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୁ ସାହାନୀ କହିଛନ୍ତି, ୨୦୧୯ ପାଇଁ ଆଇସିସି କ୍ରିକେଟ ହଲ୍ ଅଫ୍ ଫେମରେ ସଚ୍ଚିନ , ଏଲନ୍ ଏଭଂ କେଥରିନଙ୍କ ନାମ ଘୋଷଣା କରିଛି । ଏହା ଆମ ପାଇଁ ଗୌରବର ବିଷୟ ଅଟେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.