ଇନ୍ଚାର୍ଜ ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରୟ
1 min read
ଆଓରି-ଭୁବନେଶ୍ୱର(୦୬/୦୮): ରାଜ୍ୟ ପୁଲିସ ଡିଜି ଡଃ ଆର୍.ପି ଶର୍ମାଙ୍କ ସ୍ୱେଚ୍ଛାକୃତ ଅବସରକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଆର୍ ପି. ଶର୍ମାଙ୍କ ବଦଳରେ ୧୯୮୭ ବ୍ୟାଚ୍ ଆଇପିଏସ୍ ତଥା ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ସୁନୀଲ ରୟଙ୍କୁ ଇନଚାର୍ଜ ଡିଜି ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏନେଇ ଖୁବଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଖବରମୁତାବକ ପୁଲିସ ଡିଜି ଡଃ ଶର୍ମାଙ୍କ ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ଚୟନକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅନୁମୋଦନ କରିସାରିଛନ୍ତି ।
ତେଣୁ ଡିଜିପି ଡଃ ଶର୍ମାଙ୍କ ବଦଳରେ ଏବେ ସୁନୀଲ ରୟ ଓଡ଼ିଶା ପୁଲିସର ଇନଚାର୍ଜ ଡିଜି ଭାବେ କାର୍ଯ୍ୟ ତୁଲାଇବେ ବୋଲି ଜଣାପଡ଼ିଛି। ଶ୍ରୀ ରୟ ସରକାରୀ ଚାକିରୀରୁ ୨୦୨୦ ମେ’ ମାସରେ ଅବସର ନେବେ। ସେହିପରି ଖାଲି ପଡ଼ିଥିବା ପୁଲିସ ମୁଖ୍ୟାଳୟ ଏଡିଜି ପଦବୀରେ ୧୯୯୩ ବ୍ୟାଚ୍ ଆଇପିଏସ୍ ବିନୟତୋଷ ମିଶ୍ରଙ୍କୁ ଅବସ୍ଥାପିତ କରାଯାଇଛି। ଗତ ୨ତାରିଖରେ ତାଙ୍କୁ ଏହି ନୂତନ ନିଯୁକ୍ତି ମିଳିବା ସହ ସେ ଅତିରିକ୍ତ ଭାବେ ମଡର୍ଣ୍ଣାଇଜେସନ୍ (ଏଡିଜି) ଦାୟିତ୍ୱ ମଧ୍ୟ ତୁଲାଇବେ।