ବଢୁଛି ସଂକ୍ରମଣ: ୮୭୩୫ ପଜିଟିଭ୍ ଚିହ୍ନଟ
1 min read
ଆଓରି-ଭୁବନେଶ୍ବର(୦୧/୦୬) : ରାଜ୍ୟରେ କମିବାର ନା ଧରୁନି ସଂକ୍ରମଣ ।କିଛି ଦିନ ହେବ ରାଜ୍ୟରେ ସାମାନ୍ୟ ମାତ୍ରାରେ ସଂକ୍ରମଣ କମିଥିବା ସମୟରେ ଆଜି ପୁଣି ଥରେ ବଢ଼ିବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୬୪୯୯୭ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୪୩ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୪୮୯୨ ଜଣ କ୍ବାରେଣ୍ଟାଇନ୍ରେ ରହିଛନ୍ତି ।