March 25, 2023

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଧାୱନ ; ଦଳରେ ସାମିଲ ହେଲେ ଋଷଭ ପନ୍ତ

1 min read

ଆଓରି-ନୂଆଦିଲ୍ଲୀ(୧୯/୦୬) : ଭାରତୀୟ ଓପନର ଶିଖର ଧାଓ୍ଵନ୍‌ ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ଶିଖର ଧାଓ୍ଵନଙ୍କ ସ୍ଥାନରେ ବାମ ହାତି ବ୍ୟାଟ୍ସମ୍ୟାନ ତଥା ୱିକେଟ କିପର ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧାୱନଙ୍କ ଶତକ ବଳରେ ଭାରତ ବିଶାଳ ସ୍କୋର ଛିଡ଼ା କରିପାରିଥିଲା। ଏହି ମ୍ୟାଚରେ ଭାରତ ବିଜୟୀ ହୋଇଥିଲା। ତେବେ ଧାୱନ ବ୍ୟାଟିଂ କରୁଥିବାବେଳେ ଏକ ବଲ୍‌ ତାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରେ ବାଜିଥିଲା। ହାତ ସ୍କାନ କରାଯିବା ପରେ ଆଙ୍ଗୁଠିରେ ଫ୍ରାକ୍ଚର ହୋଇଥିବା ଜଣାପଡ଼ିଥିଲା। ସୁସ୍ଥ ହେବା ଲାଗି ତାଙ୍କୁ ଅତି କମ୍‌ରେ ୧୦ ଦିନ ସମୟ ଲାଗିବ ବୋଲି କୁହାଯାଇଥିଲା। ଏହି ସମୟ ପରେ ଧାୱନ ଯଦି ଫିଟ୍‌ନେସ ଟେଷ୍ଟରେ ସଫଳ ହୁଅନ୍ତି ତା’ହେଲେ ସେ ଅବଶିଷ୍ଟ ମ୍ୟାଚଗୁଡ଼ିକ ଖେଳିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିଲା। ନଚେତ ତାଙ୍କ ସ୍ଥାନରେ ପନ୍ତଙ୍କୁ ନିଆଯିବ।

ମାତ୍ର ଏବେ ସ୍ପଷ୍ଟ ହୋଇଯାଇଛି ଯେ, ବିଶ୍ୱକପ୍‌ ଶେଷ ହେବା ପୂର୍ବରୁ ଧାଓ୍ଵନ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇପାରିବେ ନାହିଁ। ଶିଖର ଧାଓ୍ଵନ ସଂମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବାକୁ ଆହୁରି କିଛି ସପ୍ତାହ ଲାଗିବ ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ ସେ ଖେଳି ପାରିବା ଅବସ୍ଥାରେ ନାହାନ୍ତି। ତେଣୁ ସେ ଅବଶିଷ୍ଟ ମ୍ୟାଚରେ ଦଳରୁ ବାଦ ପଡ଼ିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.