ବିଶେଷ

ଘରର କେଉଁ ଦିଗରେ କେଉଁ ଗଛ ଲଗାଇଲେ ଶୁଭ ହୋଇଥାଏ

ଘର ପରିବେଶରେ ଗଛ ଲଗାଇବା ଦ୍ବାରା ଘରର ବାତାବରଣ ଉତ୍ତମ ହୋଇଥାଏ । ଅନେକ ଥର ଗଛ ଲଗାଇବା ବେଳେ ଆମେ ଚିନ୍ତା କରୁ କେଉଁ ଗଛ ଘର ଅଗଣାରେ ଲାଗାଇବା ଦ୍ବାରା ତାହା ଶୁଭ ବା ଅଶୁଭ ହୋଇଥାଏ । ଗଛ ଲାଗଇବା ବେଳେ ଦିଗ ପ୍ରତି ଧ୍ୟାନ ଦେବା ଭୁଲନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ବାଡିରେ ବା ଅଗାଣରେ କେଉଁ ଗଛ ଲଗାଇବା ଶୁଭ ଅଟେ ।

ଘରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଶୁଭ ଅଟେ । ଏହାକୁ ଘରେ ଉତ୍ତର କିମ୍ବା ଉତ୍ତର ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାଇବା ଅତ୍ୟନ୍ତ ଶୁଭ ଅଟେ । ଏହି ଦିଗରେ ତୁଳସୀ ଗଛ ଲଗାଇବା ଦ୍ବାରା ଘରେ ଶୁଭ ଶକ୍ତି ପ୍ରଭାବ ରହିଥାଏ ।

ଏହା ସହ ଘରେ ବାଉଁଶ ଗଛ ଲଗାଇବା ଦ୍ବାରା ସମୃଦ୍ଧି ଓ ଶୁଭ ଫଳ ମିଳିଥାଏ । ଏହାକୁ ଲଗାଇବା ଦ୍ବାରା ଅଶୁଭ ଶକ୍ତି ଦୂର ହୋଇଥାଏ । ଏଥିପାଇଁ ଛୋଟ ବାଉଁଶ ଗଛ ଘରେ ଲଗାଇ ପାରିବେ ।

ସେହିପରି ଅନ୍ୟ ଏକ ଶୁଭ ଗଛ ହେଲା ମନି ପ୍ଲାଣ୍ଟ । ଏହି ଗଛକୁ ଆପଣ ପୂର୍ବ କିମ୍ବା ଉତ୍ତରଦିଗରେ ଲଗାଇବା ଉଚିତ୍ । ଏହାକୁ ଲଗାଇବା ଦ୍ବାରା ଧନ ସମ୍ପତି ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ ।

କଦଳୀ ଗଛକୁ ଘରର ଉତ୍ତର ବା ପୂର୍ବ ଦିଗରେ ଲଗାଇବା ଶୁଭ ଅଟେ । ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ମା ଲକ୍ଷୀଙ୍କୁ ପୂଜା କରିବା ସହ କଦଳୀ ଗଛକୁ ପୂଜା କରିବା ଦ୍ବାରା ସବୁ ସମସ୍ୟାର ସମାଧାନ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button