ସ୍ୱାସ୍ଥ୍ୟ

କ୍ଷୀର ସହ କେଉଁ ଖାଦ୍ୟ ଖାଇବା ଅନୁଚିତ

କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। କିନ୍ତୁ କ୍ଷୀର ପିଇବା ପରେ ଏପରି କିଛି ଖାଦ୍ୟ ଖାଇବା ଉଚିତ ନୁହେଁ ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ଆସନ୍ତୁ ଜାଣିବା କ୍ଷୀର ପିଇବା ପରେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ | କ୍ଷୀର ପିଇବା ପରେ ମୁଗ ଡାଲି ଖାଆନ୍ତୁ ନାହିଁ। ଏହାଦ୍ୱାରା ପେଟ ସମସ୍ୟା ହୋଇଥାଏ। ଖାଦ୍ୟ ଠିକ ଭାବେ ହଜମ ହୋଇ ନଥାଏ।         କେବେ ବି କ୍ଷୀର ପିଇଲା ବେଳେ ଲେମ୍ବୁର ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଗ୍ୟାସ ଜନିତ ସମସ୍ୟା ହୋଇଥାଏ। ଦହି ଖାଉଛନ୍ତି ଯଦି କ୍ଷୀର ପିଅନ୍ତୁ ନାହିଁ। ଏହାଦ୍ୱାରା ପାଚନ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ। କ୍ଷୀର ସହ କେବେ ବି ମାଛ, ଜାମୁ କୋଳି ଓ ମୂଳା ଖାଇବା ଅନୁଚିତ। ଏହାଦ୍ୱାରା ମୁହଁରେ ଅନେକ ଦାଗ ସୃଷ୍ଟି ହୋଇଥାଏ।
କ୍ଷୀର ସହ କଲରା ଏବଂ ଲୁଣ ଖାଆନ୍ତୁ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button