ଆନ୍ତର୍ଜାତୀୟରାଜନୀତି

ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ

ଆଓରି(ତା୧୩|୪)-ପ୍ରବଳ ପ୍ରତିରୋଧର ସାମ୍ନା କରି ନପାରି ବାଂଲାଦେଶ ସରକାର ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି। ବାଂଲାଦେଶରେ ସମ୍ପ୍ରତି ଭିନ୍ନକ୍ଷମ, ପଛୁଆ ବର୍ଗ, ସ୍ୱାଧୀନତା ସଂଗ୍ରାମୀଙ୍କ ବଂଶଧର, ମହିଳା, ଆଦିବାସୀଙ୍କ ପାଇଁ ସରକାରୀ ଚାକିରିରେ ମୋଟ ୫୬ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରଚଳିତ ରହିଛି। ଯୁବଗୋଷ୍ଠୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ସଂରକ୍ଷଣକୁ ୧୦ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ଦାବି କରାଯାଇଥିଲା। ଏଥିପାଇଁ କିଛି ଦିନ ହେଲା ତୀବ୍ର ଆନ୍ଦୋଳନ ଚାଲିଥିଲା; ଯାହା ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସରକାର ଶାସନ କାଳରେ ସବୁଠୁ ବଡ଼ ଆନ୍ଦୋଳନ। ଉପରୋକ୍ତ ବର୍ଗଙ୍କ ସଂଖ୍ୟା ଦେଶ ଜନସଂଖ୍ୟାର ମାତ୍ର ୨ପ୍ରତିଶତ ହୋଇଥିବାରୁ ସଂରକ୍ଷଣ ଉଚ୍ଛେଦ ପାଇଁ ଦାବି ହେଉଥିଲା। ପ୍ରଧାନମନ୍ତ୍ରୀ ହାସିନା ସେମାନଙ୍କ ଦାବିକୁ ଗ୍ରହଣ କରି ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ପାଇଁ ସଂସଦରେ ଘୋଷଣା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button