ଆନ୍ତର୍ଜାତୀୟରାଜ୍ୟ

ଅଲିମ୍ପିଆନ୍‌ଙ୍କୁ ଅବହେଳା: ଦୂତୀ ଚାନ୍ଦଙ୍କୁ ମିଳିନି ସରକାରୀ ସହାୟତା

ଆ.ଓ.ରି(ତା୨୪|୫)-ରିଓ ଅଲିମ୍ପିକରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ରାଜ୍ୟ ସରକାରଙ୍କ ଅବହେଳା।  ଭୁବନେଶ୍ୱରରେ ଜମି କିମ୍ବା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ  କିନ୍ତୁ ଏହା ଭିତରେ ଦୁଇବର୍ଷ ବିତି ଯାଇଥିଲେ ବି ଦୂତିଙ୍କୁ ଘରଖଣ୍ଡିଏ ମିଳିନାହିଁ।

ରିଓ ଅଲିମ୍ପିକରେ ଭାଗ ନେଇ ସାରା ଓଡିଶାକୁ ଗର୍ବିତ କରିଥିବା ଏହି ଆଥଲେଟ୍‌ ଏବେ ନିଜର କ୍ଷୋଭକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଜାଗା ଟିଏ ପାଇଁ ଆଉ କେତେ ଦିନ ସେ ଅପେକ୍ଷା କରିବେ ବୋଲି ପ୍ରଶ୍ନ କରିଛନ୍ତି।

ରାଜ୍ୟର ୫ ଜଣ ଆଥଲେଟ୍‌ଙ୍କୁ ଘର ଏବଂ ଜାଗା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଦିଆଯାଇଥିବା ଚିଠି ସହ ନିଜର ଟାଇମ୍‌ଲାଇନରେ କ୍ଷୋଭ ପ୍ରକାଶ କରିଛନ୍ତି ଦୂତି ଚାନ୍ଦ।

ଆନ୍ତର୍ଜାତିକ ସ୍ତରରେ ଭଲ ପ୍ରଦର୍ଶନ କରିଥିବା ୫ଜଣ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ୍‌, ଦୂତୀ ଚାନ୍ଦ, ଜଉନା ମୁର୍ମୁ, ଅମୀୟ କୁମାର ମଲ୍ଲିକ ଓ ଶ୍ରାବଣୀ ନନ୍ଦଙ୍କୁ  ଭୁବନେଶ୍ୱରରେ ଜମି କିମ୍ବା ଘର ଯୋଗାଇଦେବାକୁ ନିର୍ଦ୍ଦେଶ ରହିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button