ସ୍ୱାସ୍ଥ୍ୟ

ଦାନ୍ତ ବିନ୍ଧାରୁ ମୁକ୍ତି ପାଇବାର ସହଜ ଉପାୟ

ଦାନ୍ତ ପୋକ କାଟିବା, ଦରଜ ହେବା ଆଦି ବ୍ୟାକ୍ଟେରିଆ ହେତୁ ହୋଇଥାଏ। ଆମେ ସାଧରଣତଃ ରାତିରେ ଖାଦ୍ୟ ଖାଇବା ପରେ ଦାନ୍ତ ଘଷି ନଥାଉ। ଯାହା ଦ୍ୱାରା ଦାନ୍ତରେ ବ୍ୟାକ୍ଟେରିଆ ବଢେ, ଯାହାକୁ ଆମେ ପୋକ କାଟିବା କହୁ। ଏହି ବ୍ୟାକ୍ଟେରିଆ ବଢିଲେ ଦାନ୍ତ ଦରଜ ଓ ବିନ୍ଧା ହୋଇଥାଏ। ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ସରଳ ଉପାୟ।

ଗୋଟା ଲବଙ୍ଗକୁ ଛେଚି ତାହାକୁ ବିନ୍ଧା ହେଉ ଥିବା ଦାନ୍ତ ଉପରେ ଲଗାନ୍ତୁ। ଏହି ସମୟରେ ପାଟିରୁ ଲାଳ ବାହାରିବ। ତାହାକୁ ନ ଫିଙ୍ଗି ପାଟିରେ ରଖନ୍ତୁ। ୧୦ ମିନିଟ ରଖିବା ପରେ ସେହି ଲାଳକୁ କାଢି ଦିଅନ୍ତୁ। ଦାନ୍ତ ବିନ୍ଧାରୁ ମୁକ୍ତି ମିଳିବ।

ଦାନ୍ତ ହଳଦିଆ ଦାଗ ହେଉଥିଲେ ତା’କୁ ସଫା କରିବା ପାଇଁ ଏକ ପାତ୍ରରେ କିଛି ସୋରିଷ ତେଲ ନିଅନ୍ତୁ। ଏଥିରେ ଏକ ଛୋଟ ଫିଟିକିରିକୁ ଚୁନା କରି ପକାନ୍ତୁ। ତେଲ ଓ ଫିଟିିକିରିକୁ ମିଶାନ୍ତୁ ଓ ଦାନ୍ତରେ ଲଗାଇ ୨ ଘଣ୍ଟା ରଖନ୍ତୁ। ଦାନ୍ତ ପୂରା ସଫା ହୋଇଯିବ। ଏହାକୁ ନିୟମିତ ବ୍ୟବହାର କଲେ ଏହାର ପ୍ରଭାବ ଅନୁଭବ କରିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button