୧୬୦୦ସହର ପାଇଁ ରିଲାଏନ୍ସ ଜିଓ ଶୁଭାରମ୍ଭ କଲା ଜିଓ ଫାଇବର ବ୍ରଡବ୍ୟାଣ୍ଡ ସେବା
1 min read
ଆଓରି-ନୂଆଦିଲ୍ଲୀ(୦୬/୦୯) : ରିଲାଏନ୍ସ ଜିଓ ନିଜର ମାଷ୍ଟର ଅପଡେଟ୍ ଜିଓ ଫାଇବର ବ୍ରଡବ୍ୟାଣ୍ଡ ସେବାର ଶୁଭାରମ୍ଭ କରିଛି । କମ୍ପାନୀ ଦେଶର ୧୬୦୦ସହର ପାଇଁ ଏହି ସେବା ଲଞ୍ଚ୍ କରିଛି । କମ୍ପାନୀ ଏନେଇ ଘୋଷଣା କରିଛି ଯେ, ଜିଓ ଫାଇବର ଭାରତର ପ୍ରଥମ ୧୦୦ପ୍ରତିଶତ ଅଲ ଫାଇବର ବ୍ରଡବ୍ୟାଣ୍ଡ ସେବା ଅଟେ । ଭାରତରେ ଫିକ୍ସଡ-ଲାଇନ୍ ବ୍ରଡବ୍ୟାଣ୍ଡର ହାରାହାରି ସ୍ପିଡ୍ ୨୫ ଏମବିପିଏସ୍ ରହିଛି । ଏପରିକି ଆମେରିକାରେ ଏହା ୯୦ଏମବିପିଏସ୍ ଥିବାବେଳେ ଜିଓ ଫାଇଭର ସ୍ପିଡ୍ ୧୦୦ ଏମବିପିଏସ୍ ରୁ ଆରମ୍ଭ ହୋଇ ୧ଜିବିପିଏସ୍ (ଗିଗା ବିଟ୍ସ ପର୍ ସେକେଣ୍ଡ) ପର୍ଯ୍ୟନ୍ତ ଯିବ । ତେବେ ଏନେଇ ଭାରତ ଶ୍ରେଷ୍ଠ ୫ବ୍ରଡବ୍ୟାଣ୍ଡ ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହେବ ।
କେବୁଲ ସେବା ପାଇଁ ପ୍ରିମିୟମ ଗ୍ରାହକଙ୍କୁ ଟିଭି ସହ ଏକ ୪କେ ସେଟ୍ ଟପ୍ ବକ୍ସ ଦିଆଯିବ । ୧ ଜିବିପିଏସ୍ ପର୍ଯ୍ୟନ୍ତ ଅଲଟ୍ରା-ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସୁବିଧା , ମାଗଣା ଭଏସ୍ କଲିଂ ଏବଂ କନଫରେନ୍ସି, ଟିଭି ଭିଡିଓ କଲିଂ ଏବଂ କନଫରେନ୍ସିଂ, ଏଣ୍ଟରଟେନମେଣ୍ଟ ଓଟିଟି ଆପ୍, ଗେମିଂ, ହୋମ୍ ନେଟଓ୍ୱର୍କିଂ, ଡିଭାଇସ୍ ସିକ୍ୟୁରିଟି , ଭିଆର(ଭର୍ଚୁଆାଲ୍ ରିଅଲିଟି) ଅନୁଭୂତି ଏବଂ ପ୍ରିମିୟମ କଣ୍ଟେଣ୍ଟ ପ୍ଲାଟଫର୍ମ ଜିଓ ଫାଇବରରେ ରହିଛି ।
ଖାଲି ସେତିକି ନୁହେଁ ଗ୍ରାହକମାନେ ଘରେ ବସି ନୂଆ ମୁକ୍ତି ଲାଭ କରୁଥିବା ମୁଭି ଦେଖିପାରବେ । ପ୍ରିମିୟମ ଉପଭୋକ୍ତା ଚଳଚ୍ଚିତ୍ରର ଫାଷ୍ଟ ସୋ’ ର ମଜା ନେଇପାରିବେ । ଏହା ୨୦୨୦ମଧ୍ୟଭାଗ ସୁଧା ଉପଲବ୍ଧ ହେବ । ଏହାର ବଜାର ପ୍ରବେଶ ଅବସରରେ ରିଲାଏନ୍ସ ଜିଓ ଇନ୍ଫୋକମ୍ର ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି ଯେ, ଗ୍ରାହାକଙ୍କୁ ବୈପ୍ଳବିକ ସେବା ଯୋଗାଇବାରେ ଆମେ ବିଶ୍ୱାସ ରଖୁ । www.jio.com କୁ ଯାଇ ଗ୍ରାହକ ମାଇଁ ଜିଓ ଆପ୍ ଡାଉନଲରୋଡ କରି ଜିଓ ଫାଇବର ସେବା ପଞ୍ଜୀକରଣ କରିପାରିବେ ।