ଜାତୀୟବାଣିଜ୍ୟ

କମିଲା ଡିଜେଲ ଆଉ ପେଟ୍ରୋଲ ଦର

ଆଓରି-ନୂଆଦିଲ୍ଲୀ(୩୦/୦୭) : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସର ସକରାତ୍ମ ପ୍ରଭବ ଭାରତୀୟ ତୈଳ ବଜାରରେ ପଡିଛି। ଜାତୀୟ ରାଜଧାନୀ ସମେତ ଦେଶର କେତେକ ମହାନଗରରେ ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ଘଟିଛି। ଏହି କ୍ରମରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୧୩ ପଇସା ହ୍ରାସ ପାଇ ଲିଟର ପ୍ରତି ୭୨ ଟଙ୍କା ୮୬ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୭ ପଇସା ହ୍ରାସ ପାଇ ଲିଟର ପ୍ରତି ୬୬ ଟଙ୍କାରେ ପହଞ୍ଚିଛି।

କୋଲକାତାରେ ପେଟ୍ରୋଲ ଦର ୧୨ ପଇସା ହ୍ରାସ ପାଇ ଲିଟର ପିଛା ୭୫ ଟଙ୍କା ୫୦ ପଇସାରେ ପହଞ୍ଚିଛି ଓ ଡିଜେଲ ଦର ୩ ପଇସା ହ୍ରାସ ପାଇ ଲିଟର ପ୍ରତି ୬୮ ଟଙ୍କା ୧୯ ପଇସାରେ ପହଞ୍ଚିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବଇରେ ପେଟ୍ରୋଲ ଦର ୧୩ ପଇସା ହ୍ରାସ ପାଇ ଲିଟର ପ୍ରତି ୭୮ ଟଙ୍କା ୪୮ ପଇସା ଏବଂ ଡିଜେଲ ଦର ୮ ପଇସା ହ୍ରାସ ପାଇ ଲିଟର ପିଛା ୬୯ ଟଙ୍କା ୧୭ ପଇସାରେ ପହଞ୍ଚିଛି। ଚେନ୍ନଇରେ ପେଟ୍ରୋଲ ଦର ୧୪ ପଇସା ହ୍ରାସ ପାଇ ଲିଟର ପିଛା ୭୫ ଟଙ୍କା ୬୬ ପଇସା ଏବଂ ଡିଜେଲ ଦର ୭ ପଇସା ହ୍ରାସ ପାଇ ୬୯ ଟଙ୍କା ୭୧ ପଇସାରେ ପହଞ୍ଚିଛି।

Related Articles

Leave a Reply

Your email address will not be published. Required fields are marked *

Back to top button