March 26, 2023

ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରୁ ମିଳିଲା ଆର୍‌ଡିଏକ୍ସ୍‍ ବିସ୍ଫୋରକ

1 min read

ଆଓରି-ନୂଆଦିଲ୍ଲୀ(୦୧/୧୧) : ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସନ୍ଦିଗ୍ଧ ଅବସ୍ଥାରେ ଏକ ବ୍ୟାଗ ମିଳିଛି। ଗୁରୁବାର ରାତି ପ୍ରାୟ ୩ଟାରେ ଟର୍ମିନାଲ ୩ରେ ଉକ୍ତ ବ୍ୟାଗଟିକୁ ଦେଖିବାକୁ ମିଳିଥିଲା। ଏହା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା। ବ୍ୟାଗଟିରେ ଆରଡିଏକ୍ସ ଥିବା ଆଶଙ୍କାରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ପୁଲିସ ପହଞ୍ଚି ଯାତ୍ରୀମାନଙ୍କୁ ସେହି ସ୍ଥାନରୁ ଖାଲି କରିବା ସହିତ ବ୍ୟାଗଟିକୁ ଜବତ କରିଥିଲା।

ଏହି ବ୍ୟାଗରେ ସୁରକ୍ଷା ଏଜେନ୍ସିଙ୍କୁ  ଆର୍‌ଡିଏକ୍ସ୍‍ ବିସ୍ଫୋରକ ମିଳିଛି । ତରୁନ୍ତ ଏହି ବ୍ୟାଗକୁ ପୋଲିସ୍‌ ନିଜ କବ୍‌ଜାକୁ ନେଇଛି । ଦିଲ୍ଲୀ ପୋଲିସ୍‌ର ଅଧିକାରୀଙ୍କ ସୂଚନାମୁତାବକ ଏୟାରପୋର୍ଟ ପୋଲିସ୍‌ ଷ୍ଟେଶନକୁ ଶୁକ୍ରବାର ରାତି ପ୍ରାୟ ୧ଟାରେ ଏକ ସନ୍ଧିଗ୍ଧ ବ୍ୟାଗ ପଡିଥିବାର ଖବର ଦେଇଥିଲା । ଘଟଣା ସ୍ତଳରେ ପୋଲିସ୍‌ ଟିମ୍‌ ପହଞ୍ଚି ଏହାକୁ କବଜାକୁ ନେଇଥିଲା ।  ଏହାପରେ ଏୟାରପୋର୍ଟରେ ଯାଞ୍ଚ ଜାରୀ ରହିଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.