ଜାତୀୟରାଜ୍ୟ

ରାଷ୍ଟ୍ରୀୟ ବୌଦ୍ଧିକ ମଞ୍ଚ ତରଫରୁ ଶହୀଦ ଯବାନ ମାନଙ୍କୁ ଇଣ୍ଡିଆ ଗେଟ ଠାରେ ଶ୍ରଦ୍ଧାଞ୍ଜଳି

ଆଓରି-ନୂଆଦିଲ୍ଲୀ(୧୬/୦୨) : ପୁଲୱାମରେ ଶହୀଦ ହୋଇଥିବା ସିଆରପିଏଫ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉପଲକ୍ଷେ ରାଷ୍ଟ୍ରୀୟ ବୌଦ୍ଧିକ ମଞ୍ଚ ତରଫରୁ ଇଣ୍ଡିଆ ଗେଟ ଠାରେ ଗତକାଲି ସନ୍ଧ୍ୟାରେ ଏକ ପ୍ରାର୍ଥନା ସଭା ତଥା ବିଶାଳ କ୍ୟାଣ୍ଡେଲ ମାର୍ଚ୍ଚର ଆୟୋଜନ କରାଯାଇଥିଲା ।

ଜାତୀୟ ଏକତା ଏବଂ ଐତିହକୁ ବଜାୟ ରଖିବା ପାଇଁ ପ୍ରତ୍ୟେକ ଭାରତୀୟ ପାଇଁ “ଏକ ଦେଶ –ଏକ ଲୋକ –ଏକ କାରଣ” ଲକ୍ଷ ନେଇ ଆତଙ୍କବାଦ ବିରୁଦ୍ଧରେ ଲଢିବା ପାଇଁ ରାଷ୍ଟ୍ରୀୟ ବୌଦ୍ଧିକ ମଞ୍ଚ ଆହ୍ଵାନ କରିଥିଲା ।

ଏହି ମଞ୍ଚର ଆବାହକ ତଥା ସଭାପତି ଶ୍ରୀଯୁକ୍ତ ସଂଗ୍ରାମ ପଟ୍ଟନାୟକଙ୍କ ନେତୃତ୍ଵରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବୀର ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସେମାନଙ୍କ ପରିବାରଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଏହି ମଞ୍ଚର ସାଧାରଣ ସମ୍ପାଦକ ତାପସ ପରିଡା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଯେ “ସରକାର ପାକିସ୍ତାନ ତଥା ପାକିସ୍ତାନରେ ଥିବା  ଆତଙ୍କବାଦ ସଂସ୍ଥା ମାନଙ୍କ ପ୍ରତି କଠୋର ପଦକ୍ଷପ ନିଆଯାଉ।“ ଏହା ସହିତ ମଞ୍ଚ ତରଫରୁ ସରକାରଙ୍କୁ ଆଉ ଏକ ବୁହତ୍ତ ଧରଣର ସର୍ଜିକାଲ ଷ୍ଟ୍ରାଇକ କରାଯାଉ ବୋଲି ଅନୁରୋଧ କରିଥିଲେ ।

ମଞ୍ଚ ତରଫରୁ ରାଖଲ ବେହେରା, ଶୈଳେନ୍ଦ୍ର ସ୍ଵାଇଁ, ସରୋଜ ମହାନନ୍ଦ, ଜୟନ୍ତ ମହାନ୍ତି, କମଳେନ୍ଦୁ ନାୟକ, ଅମିୟ ନାୟକ, ଅର୍ଚ୍ଚନା ପରିଡା, ପୁଷ୍ପାଞ୍ଜଳି ବାରିକ , ମହେଶ ଦେବତ୍ର, ସୁଧାଂଶୁ ନାୟକ, ବିଶ୍ଵଜୀତ ବାରିକ, ରୋହିତ ସିଂହ, ସୁରେଶ ଦାସ , ସୁବ୍ରତ ଜୀ, ଆୟୋଜନରେ ମୁଖ୍ୟ ସହାୟକ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button