ଅପରାଧ

ପୁଣି ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ଆଓରି(ତା୧୯|୪)-  ଜଣେ ଆଦିବାସୀ ନାବାଳିକା ବଳାତ୍କାର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି । ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି । ଜଣେ ଅଟୋ ଚାଳକ ନାବାଳିକା ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ଅଟୋ ଚାଳକଙ୍କୁ ଥାନାରେ ରଖି ପଚରାଉଚରା କରୁଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତଲୋକେ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଅବରୋଧ କରିଛନ୍ତି । ଉକ୍ତ ନାବାଳିକା ପରିବାର ସହ ଠାକୁରମୁଣ୍ଡାକୁ ଉଡାପର୍ବ ଦେଖିବାକୁ ଆସିଥିବା ବେଳେ ବଳାତ୍କାରର ଶିକାର ହୋଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button