May 19, 2024

ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଲେ ଦୀପିକା ରନବୀର

1 min read
Deepika-Ranveer-Aajira-Odisha

ଆଓରି-ନୂଆଦିଲ୍ଲୀ(୧୮/୧୧) : ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ବିବାହକୁ ଦୁଇଦିନ ବିତିଯାଇଛି । ଏବେ ଏହି ନବ ଦମ୍ପତି ମୁମ୍ବାଇରେ ପହଞ୍ଚିଛନ୍ତି ।  ଏହି ଯୋଡିଙ୍କ ଫଟୋ କଏଦ କରିବାରେ ମୁମ୍ବାଇ ଏୟାରପୋର୍ଟରେ ମିଡିଆ କର୍ମୀଙ୍କ ଭିଡ ଲାଗିଥିଲା ।

ଦୀପିକା ଓ ରଣବୀର ଉଭୟେ ଏକପ୍ରକାରର ଡ୍ରେସ ପିନ୍ଧିବା ସହ ହାତ ଧରାଧରି ହୋଇ ଫ୍ୟାନ୍ସମାନଙ୍କ ଗହଣକୁ ଆସିଥିଲେ । ଦୀପିକା ମଥାରେ ସିନ୍ଦୁର, ମଙ୍ଗଳସୂତ୍ର ଓ ହାତରେ ଚୂଡା ପିନ୍ଧିଥିଲେ । ଦୀପିକା ଓ ରଣବୀର ମୁମ୍ବାଇ ସ୍ଥିତ ନୂଆ ଘରେ ଗୃହପ୍ରବେଶ କରିବେ ।ସୂଚନାଯୋଗ୍ୟ, ଉଭୟେ ଇଟାଲୀର ଲେକ୍ କୋମାରେ ବିବାହ କରିଥିଲେ । ଏବେ ଏହି ଯୋଡି ବେଙ୍ଗାଲୁରୁ ଓ ମୁମ୍ବାଇରେ ରିସେପସନ ପାର୍ଟି ଦେବେ । ଏହି ଯୋଡି ଯେତେବେଳେ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଲେ । ଫ୍ୟାନସମାନେ ତାଙ୍କୁ ଘେରିଗଲେ । ଦୁହେଁ ହସିକରି ଫ୍ୟାନ୍ସମାନଙ୍କ ସହ କଥା ହୋଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.