ରାଜ୍ୟ

ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ରଂଜନ ଗୋଗୋଇ

ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍‌ ଗୋଗୋଇଙ୍କ ନାମ ଆଜି ଆନୁଷ୍ଠାନିକ ଭାବେ ସରକାରଙ୍କୁ ସୁପାରିସ କରିଛନ୍ତି। ଜଷ୍ଟିସ୍‌ ମିଶ୍ର ଆସନ୍ତା ଅକ୍ଟୋବର ୨ ତାରିଖରେ ଅବସର ଗ୍ରହଣ କରିବେ ଏବଂ ୩ ତାରିଖ ଦିନ ଜଷ୍ଟିସ ଗୋଗୋଇ ପ୍ରଧାନ ବିଚାରପତି ଭାବେ ଶପଥ ନେବେ।
କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗତ ମାସ ଜଷ୍ଟିସ୍‌ ମିଶ୍ରଙ୍କୁ ପତ୍ର ଲେଖି ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାକୁ କହିଥିଲେ। ଜଷ୍ଟିସ୍‌ ମିଶ୍ର ଏହି ସୁପାରିସ ପଠାଇବା ପରେ ଏବେ ଏ ବାବଦ ସ୍ଥିତି ସ୍ପଷ୍ଟ ହୋଇଛି। ୨୦୦୧ ଫେବ୍ରୁଆରିରେ ଜଷ୍ଟିସ୍‌ ଗୋଗୋଇ ଗୋହାଟୀ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ୨୦୧୧ ଫେବ୍ରୁଆରି ୧୨ରେ ସେ ପଂଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୨୦୧୨ ଏପ୍ରିଲ୍‌ରେ ଜଷ୍ଟିସ୍‌ ଗୋଗୋଇ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button