ମନୋରଞ୍ଜନ

ଏକାଠି ହେବେ ରଣବୀର ଓ ଅଜୟ

ଆଓରି-ନୂଆଦିଲ୍ଲୀ(୯/୭) : ସଞ୍ଜୁ, ବ୍ରହ୍ମୋସ୍ତ୍ର ଓ ଶମଶେର ଚଳଚ୍ଚିତ୍ରରେ ଅଭିନେତା ରଣବୀର କପୁର ଅଭିନୟ କରିବାପରେ ବର୍ତ୍ତମାନ ନିର୍ଦେଶକ ଲଭ ରଞ୍ଜନଙ୍କ ଚଳଚ୍ଚିତ୍ରରେ ଅଭିନେତା ଅଜୟ ଦେବଗନଙ୍କ ସହ ନଜର ଆସିବେ। ଏହି ଦୁଇ କଳାକାର ନିଜର ଭିନ୍ନ ଧରଣର ଅଭିନୟ ପାଇଁ ଚଳଚ୍ଚିତ୍ର ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସୋନୁ କେ ଟିଟୁ କି ସ୍ୟୁୁଟି ପରି କମ ବଜେଟ ଚଳଚ୍ଚିତ୍ରକୁ ଲୋକପ୍ରିୟ କରିବାରେ ମାହିର ଲଭ ରଞ୍ଜନଙ୍କ ଚଳଚ୍ଚିତ୍ରକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି। ଏହାସହିତ ଲୋକମାନେ ରଣବୀର ଓ ଅଜୟଙ୍କ ଯୁଗଳବନ୍ଦୀକୁ ଦେଖିବାପାଇଁ ମଧ୍ୟ ଉତ୍ସାହିତ ଅଛନ୍ତି। ନିଦେର୍ଶକ ଲଭ ରଞ୍ଜନ ନିଜର ଆଗାମୀ ଚଳଚ୍ଚିତ୍ରକୁ ନେଇ କହିଛନ୍ତି, ଏହି ଚଳଚ୍ଚିତ୍ର ୨୦୨୨ ମସିହା ସୁଦ୍ଧା ମୁକ୍ତିଲାଭ କରିବାକୁ ଚେଷ୍ଟା କରିବୁ। ଆଠ ବର୍ଷ ପୂର୍ବେ ରାଜନୀତି ଚଳଚ୍ଚିତ୍ରରେ ଉଭୟ କଳାକାରଙ୍କୁ ଦର୍ଶକ ଦେଖିଥିଲେ। ଏହି ଚଳଚ୍ଚିତ୍ରରେ ଉଭୟ କଳାକାର ସାବତ ଭାଇର ଭୁମିକାରେ ଅଭିନୟ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button