April 19, 2024

ବଜାରରେ ମିଳିବ ପାତଞ୍ଜଳୀର ‘ସ୍ୱଦେଶୀ’ ଜିନ୍ସ

1 min read

ଗରିବଙ୍କ ଉନ୍ନତି ପାଇଁ କାମ କରିବି: ବାବା ରାମଦେବ


ନାଗପୁର : ଯୋଗ ଗୁରୁ ବାବା ରାମଦେବଙ୍କ ଦ୍ୱାରା ପରିଚାଳିତ ପାତଞ୍ଜଳୀ ଗ୍ରୁପ୍‌ ଅନ୍ତର୍ଜାତୀୟ ବଜାରକୁ ଲକ୍ଷ୍ୟ ରଖି ‘ସ୍ୱଦେଶୀ’ ଜିନ୍ସ ପ୍ରସ୍ତୁତ କରିବାକୁ ଯାଉଛି । ପ୍ରାପ୍ତ ସୂଚନା ଅନୁସାରେ ପାତଞ୍ଜଳୀ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ସମସ୍ତ ଏଫଏମସିଜି ଉତ୍ପାଦନ ପାକିସ୍ତାନ ଓ ଆଫଗାନୀସ୍ଥାନରେ ଆଗାମୀ ଦିନରେ ଉପଲବ୍ଧ ହେବ।  ସାମ୍ବାଦିକଙ୍କୁ ସୂଚନା ଦେବା ଅବସରରେ ବାବା ରାମଦେବ କହିଛନ୍ତି, ଆମର ଉତ୍ପାଦ ମାଧ୍ୟମରେ ଆମେ ନେପାଳ ଓ ବାଙ୍ଗଲାଦେଶରେ ପହଞ୍ଚି ସାରିଛୁ । କମ୍ପାନିର ଉତ୍ପାଦ ସାଉଦି ଆରବ ସମେତ ମଧ୍ୟ-ପୂର୍ବ ଦେଶମାନଙ୍କରେ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି । ଗରିବ ଦେଶର ଚାହିଦାକୁ ଲକ୍ଷ୍ୟରେ ରଖି ଆମେ ଉନ୍ନତି ଦିଗରେ କାମ କରିବା ପାଇଁ ମନ ବଳାଇଛୁ । ଏହା ଦ୍ୱାରା ସେଇ ଦେଶର ଲୋକଙ୍କ ଲାଭ ହେବ । ସେ କହିଛନ୍ତି ଯେ, ପାକିସ୍ତାନ ଓ ଆଫଗାନିସ୍ତାନରେ ପାତଞ୍ଜଳି ଗ୍ରୁପ୍‌ ପ୍ରବେଶ କରିବା ସେଠାକାର ରାଜନୈତିକ ଚାପ ଉପରେ ନିର୍ଭର କରେ । ଯଦି ଅନୁକୁଳ ପରିସ୍ଥିତି ଦେଖାଯାଏ, ତାହେଲେ ଆମେ ସେଠାରେ ଭବିଷ୍ୟତରେ ଉତ୍ପାଦନ ଆରମ୍ଭ କରିବୁ ବୋଲି ମଧ୍ୟ ଆଶା ରଖିଛୁ ।

ବାବା ରାମଦେବ କହିଛନ୍ତି, ୯୦ ପ୍ରତିଶତ ମୁସଲିମ ସମୁଦାୟର ଲୋକ ବସବାସ କରୁଥିବା ଆଜରବାଇଜାନରେ ପାତଞ୍ଜଳୀ ପ୍ରବେଶ କରି ସାରିଛି । କପଡ଼ା ବ୍ୟବସାୟ ଓ ସ୍ୱଦେଶୀ ଜିନ୍ସ ବର୍ଷର ଶେଷରେ ଅଥବା ଆଗାମୀ ବର୍ଷର ଆରମ୍ଭରେ ଶୁଭାରମ୍ଭ ହେବ । କମ୍ପାନି ପକ୍ଷରୁ ଖାଇବା ତେଲ ଏଇ ବର୍ଷ ମଧ୍ୟରେ ବଜାରରେ ଉପଲବ୍ଧ ହେବ । କମ୍ପାନିର ବିସ୍ତାର ପାଇଁ ପାତଞ୍ଜଳୀ ୪୦ ଲକ୍ଷ ବର୍ଗ ଫୁଟରେ ମହାରାଷ୍ଟ୍ରର ମିହାନ ଅଞ୍ଚଳରେ ବିଶାଳ କାରଖାନା ବସାଇବାକୁ ଯାଉଛି, ଯାହାକି ଉତ୍ତରାଞ୍ଚଳର ହରିଦ୍ୱାର ସ୍ଥିତ କାରଖାନାରୁ ଅନେକ ଗୁଣରେ ବଡ଼ ବୋଲି କୁହାଯାଉଛି । ଏହା ଦ୍ୱାରା ୧୦୦୦ କୋଟି ଟଙ୍କା ପୁଞ୍ଜି ନିବେଶ ହେବା ସହିତ ୧୦ ରୁ ୧୫ ହଜାର ଲୋକଙ୍କୁ ରୋଜଗାର ମିଳିବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.