ଜାତୀୟ

ଆଜୀବନ ଜେଲଦଣ୍ଡ ଭୋଗୁଥିବା ଗୁରମୀତ ରାମ ରହିମ ଦେଢ ମାସ ପାଇଁ ଜେଲରୁ ଛୁଟି ଆବେଦନ

ଆଓରି-ଭୁବନେଶ୍ଵର(୨୨/୦୬):  ଆଜୀବନ ଜେଲଦଣ୍ଡ ଭୋଗୁଥିବା ବିବାଦୀୟ ଧର୍ମଗୁରୁ ଗୁରମୀତ ରାମ ରହିମ ପ୍ରାୟ ଦେଢ ମାସ ପାଇଁ ପ୍ୟାରୋଲ ବା ଜେଲରୁ ଛୁଟି ମାଗିଛି । ଯେଉଁ କାରଣ ଦର୍ଶାଇ ସେ ପ୍ୟାରୋଲ ମାଗିଛି ତାହା ଶୁଣି ଜେଲ ବିଭାଗ ଆଚମ୍ବିତ ହୋଇଯାଇଛି । ଚାଷ କରିବା ପାଇଁ ସେ ଏହି ଛୁଟି ମାଗିଛି । ବିଭିନ୍ନ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସ୍ଥାନୀୟ ସୁନାରିଆ ଜେଲରେ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି ବିବାଦୀୟ ଧର୍ମଗୁରୁ ଗୁରମୀତ ରାମ ରହିମ । ଗତ ୨୦୧୮ ଜାନୁୟାରୀମାସରେ ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ ଅଦାଲତ ଗୁରମିତକୁ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ ଜେଲ ଦଣ୍ଡ ପ୍ରଦାନ କରିଥିଲେ ।

ତେବେ ଏହି ଆବେଦନ ମିଳିବା ପରେ ଜେଲ ଅଧୀକ୍ଷକ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଛନ୍ତି । ଏହି ପତ୍ରରେ ଲେଖାଯାଇଛି ଯେ ଜେଲରେ ଗୁରମୀତଙ୍କ ଚାଲିଚଳନ ଠିକ ରହିଛି ଓ ସେ କୌଣସି ଆଇନ ଉଲ୍ଲଙ୍ଘନ କରିନାହାନ୍ତି । ଏସବୁ ସତ୍ତ୍ୱେ ତାଙ୍କୁ ପ୍ୟାରୋଲରେ ଛାଡିବା ଠିକ ହେବ କି ନା ତାହା ଜେଲ ପକ୍ଷରୁ ପ୍ରଶାସନକୁ ପଚରା ଯାଇଛି । ଜେଲ ଅଧୀକ୍ଷକଙ୍କଠାରୁ ପତ୍ର ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜସ୍ୱ ବିଭାଗକୁ ପତ୍ର ଲେଖି ରାମରହିମଙ୍କର କେତେ ଜମି ରହିଛି ତାହା ଜାଣିବାକୁ ଚାହିଁଛି । ତାଙ୍କ ନାମରେ କେତେ ଜମି ରହିଛି ତାହାର ରେକର୍ଡ ପ୍ରଦାନ କରିବାକୁ ରାଜସ୍ୱ ବିଭାଗକୁ କୁହାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button