ଜାତୀୟ

ଭାରତୀୟ ବାୟୁସେନାର ମୁଖ୍ୟଭାବେ ଦାୟିତ୍ୱ ନେଲେ ରାକେଶ କୁମାର ସିଂହ ଭଦୌରିଆ

ଆଓରି-ନୂଆଦିଲ୍ଲୀ(୩୦/୦୯) : ଭାରତୀୟ ବାୟୁସେନାର ମୁଖ୍ୟଭାବେ ଦାୟିତ୍ୱ ନେଲେ ରାକେଶ କୁମାର ସିଂହ ଭଦୌରିଆ । ଆଇଆାର ମାର୍ଶାଲ ରାକେଶ କୁମାର ଭଦୌରିଆ ଆଜି ୩୦ସେପ୍ଟେମ୍ବରରେ  ବାୟୁସେନାର ୨୬ତମ ପ୍ରମୁଖ ଭାବେ ପଦ ସମ୍ଭାଳିଛନ୍ତି । ବିଏସ ଧନୋଆ ଅବସର ନେବା ପରେ ଆଜି ରାକେଶ କୁମାର ସିଂହ ଭଦୌରିଆ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି ।

ରାଫେଲ ଉଡ଼ାଇବାରେ ପ୍ରଥମ ଭାରତୀୟ ଅଧିକାରୀ ହେଲେ ରାକେଶ କୁମାର ସିଂହ ଭଦୌରିଆ । ରାକେଶ କୁମାର ସିଂହ ଭଦୌରିଆ ୩୬ ରାଫେଲ ବିମାନ କିଣିବା କମିଟର ସଦସ୍ୟ ମଧ୍ୟ ଥିଲେ । ନିଜର ୩୬ ବର୍ଷର ସେବା କାଳରେ ଭଦୌରିଆ ଅତି ବିଶିଷ୍ଟ ସେବା ପଦକ, ବାୟୁସେନା ମେଡାଲ ଏବଂ ପରମ ବିଶିଷ୍ଟ ସେବା ପଦକ ସମେତ ଅନେକ ସମ୍ମାନ ଲାଭ କରିଛନ୍ତି। ଭଦୌରିଆ ଦକ୍ଷିଣ କମାଣ୍ଡର ଭାବେ ୨୦୧୭ ମାର୍ଚ୍ଚରୁ ଅଗଷ୍ଟ ୧୮ ଯାଏଁ ଦାୟିତ୍ୱ ଗ୍ରହଣ କରିଥିଲେ ।

ଏହାପରେ ସେ ଟ୍ରେନିଂ କମାଣ୍ଡରଭାବେ ଦାୟିତ୍ୱ ଭାର ତୁଲାଇଥିଲେ । ଏହାପରେ ଚଳିତ ବର୍ଷ ମେ ମାସରେ ପଦୋନ୍ନତି ପାଇ ଭାଇସ୍‌ ଚିଫ ଅଫ ଦ’ ଇୟର ଷ୍ଟାଫ ପଦରେ  କାର୍ଯ୍ୟ  କରୁଥିଲେ । ଭଦୌରିଆ ଆଗାମୀ ଦୁଇ ବର୍ଷଯାଏଁ ଏହି ନୂତନ ଦାୟିତ୍ୱରେ ରହିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button