ମନୋରଞ୍ଜନ

ଅମୀର ଖାନ୍‌ଙ୍କ ଅଭିନୀତ ମୁଗଲ୍‌ ଫିଲ୍ମ ନିର୍ଦ୍ଦେଶନା ଦେବେ ରାଜ କୁମାର ହିରାନୀ

ଆଓରି-ନୂଆଦିଲ୍ଲୀ(୨୫/୧୦) : ଅମୀର ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ମୁଗଲ୍‌’ରୁ ନିର୍ଦ୍ଦେଶକ ସୁଭାଷ କପୁର ଆଉଟ୍‌ ହୋଇ ସାରିଛନ୍ତି। ତାଙ୍କ ବିରୋଧରେ ‘ମି ଠୁ’ ଅଭିଯାନରେ ଅଭିଯୋଗ ଆସିବା ପରେ ପ୍ରଯୋଜନା ସଂସ୍ଥା ସୁଭାଷ କପୁରଙ୍କୁ ବିଦା କରିଛନ୍ତି। ଏହାପରେ ଏହି ଫିଲ୍ମର ନିର୍ଦ୍ଦେଶନା କିଏ ଦେବେ, ତାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି।

ଖବର ଅନୁଯାୟୀ ‘ମୁଗଲ୍‌’ର ନିର୍ଦ୍ଦେଶନା ଦେବେ ରାଜ କୁମାର ହିରାନୀ। ନିର୍ମାତା ଭୂଷଣ କୁମାର ଇତିମଧ୍ୟରେ ତାଙ୍କ ପିତା ଗୁଲଶନ୍‌ କୁମାରଙ୍କ ବାୟୋପିକ୍‌ ଫିଲ୍ମ ‘ମୁଗଲ୍‌’ର ନିର୍ଦ୍ଦେଶନା ଦେବା ଲାଗି ରାଜ କୁମାର ହିରାନୀଙ୍କ ସହ ଯୋଗାଯୋଗ କରିଛନ୍ତି। ହିରାନୀଙ୍କୁ ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ପସନ୍ଦ ଆସିଛି। ତା’ଛଡା ସେ ଆଗରୁ ସଂଜୟ ଦତ୍ତଙ୍କ ବାୟୋପିକ୍‌ ‘ସଂଜୁ’ ଭଳି ବ୍ଲକବଷ୍ଟର ମୁଭି ଦେଇସାରିଛନ୍ତି।

ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ ରାଜ କୁମାର ହିରାନୀ ମିଷ୍ଟର ପରଫେକସନିଷ୍ଟ୍‍ ଅମୀର ଖାନ୍‌ଙ୍କୁ ନେଇ ‘ଥ୍ରି ଇଡିଅଟ୍‌ସ’ ଓ ‘ପିକେ’ ଭଳି ବ୍ଲକବଷ୍ଟର ସିନେମା ନିର୍ମାଣ କରିଛନ୍ତି। ଏ ଦୃଷ୍ଟିରୁ ହିରାନୀ ଓ ଅମୀରଙ୍କ ଯୋଡ଼ି ପୁଣି ଧମାଲ୍‌ କରିପାରିବ ବୋଲି ନିର୍ମାତା ଆଶାବାଦୀ। ପ୍ରାପ୍ତ ସୂଚନା ଅନୁଯାୟୀ ‘ମୁଗଲ୍‌’ର ସୁଟିଂ ୨୦୧୯ ଜାନୁଆରିରେ ଆରମ୍ଭ ହେବ ଏବଂ ଏହା ସେହି ବର୍ଷ କ୍ରିସମାସ ଅବସରରେ ରିଲିଜ୍‌ ହେବାର ଯୋଜନା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button