ଆନ୍ତର୍ଜାତୀୟଜାତୀୟ

ରାଜେଶ ରଂଜନ ସିଆଇଏସ୍‌ଏଫ୍‌ର ମହାନିର୍ଦେଶକ ନିଯୁକ୍ତ

ଆ.ଓ.ରି (ତା୧୧|୪)- ବରିଷ୍ଠ ଆଇପିଏସ୍‌ ଅଧିକାରୀ ରାଜେଶ ରଂଜନଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ)ର ମହାନିର୍ଦେଶକ (ଡିଜି) ଭାବେ ନିଯୁକ୍ତି ଦିଆଯାଇଛି । ୧୯୮୪ ବ୍ୟାଚ୍‌ ବିହାର କ୍ୟାଡର ଆଇପିଏସ୍‌ ରାଜେଶ ବର୍ତ୍ତମାନ ସୀମା ସୁରକ୍ଷା ବଳ (ବିଏସ୍‌ଏଫ)ର ସ୍ୱତନ୍ତ୍ର ମହାନିର୍ଦେଶକ ଅଛନ୍ତି । କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦେଶରେ କୁହାଯାଇଛି ଯେ ରାଜେଶ ରଂଜନ ୨୦୨୦ ନଭେମ୍ବର ୩୦ ପର୍ଯ୍ୟନ୍ତ ସିଆଇଏସ୍‌ଏଫର ଡିଜି ପଦରେ ରହିବେ । ସିଆଇଏସ୍‌ଏଫର ପୂର୍ବତନ ଡିଜି ଓପି ସିଂହଙ୍କୁ ଚଳିତ ବର୍ଷ ଜାନୁଆରୀରେ ଉତ୍ତର ପ୍ରଦେଶ ପୁଲିସ୍‌ ଡିଜି ଭାବେ ନିଯୁକ୍ତି ଦିଆଯାଇଥିଲା । ଏହା ପରଠାରୁ ଏହି ପଦ ଖାଲିପଡିଥିଲା । ଉଲ୍ଲେଖ ଯେ ସିଆଇଏସ୍‌ଏଫ ବହୁ ସରକାରୀ ସଂସ୍ଥାନ ଏବଂ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱରେ ଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button