ରାଜ୍ୟ

ଚଳିତ ବର୍ଷ ସ୍ବାଭାବିକ ହେବ ମୌସୁମୀ ବର୍ଷା

ଆଓରି(ତା୧୬|୪)-  ୨୦୧୮ରେ ମୌସୁମୀ ସ୍ବାଭାବିକ ରହିବ। ଚଳିତ ବର୍ଷ ୯୭ ପ୍ରତିଶତ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଲଗାତର ତୃତୀୟ ବର୍ଷ ପାଇଁ ମୌସୁମୀ ସ୍ବାଭାବିକ ରହିବ ବୋଲି ଆଇଏମ୍‌ଡି ଡିଜି କେ. ଜେ. ରମେଶ କହିଛନ୍ତି। ୨୦୧୩ରେ ୧୦୬ ପ୍ରତିଶତ ବର୍ଷା ହୋଇଥିବାବେଳେ ୨୦୧୪ରେ ୮୮, ୨୦୧୫ରେ ୮୬, ୨୦୧୬ରେ ୯୭ ଓ ୨୦୧୭ରେ ୯୮ ପ୍ରତିଶତ ବର୍ଷା ହୋଇଥିଲା। ମୌସୁମୀ କେରଳ ଛୁଇଁବା ନେଇ ମେ ୧୫ରେ ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button