Uncategorized

ରେଳଧାରଣାରୁ ଆଇଆରବି ହାବିଲଦାରଙ୍କ ମୃତ ଦେହ ଉଦ୍ଧାର

ଆଓରି-ଭୁବନେଶ୍ଵର(୧୧/୧୨) : ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ କାଳୁପଡା ଷ୍ଟେସନର ଦୁଇନମ୍ବର ପ୍ଲାଟଫର୍ମ ରେଳଧାରଣାରୁ ଜଣେ ବ୍ୟକ୍ତିର ମୃତଦେହକୁ ଉଦ୍ଧାର କରିଛି ରେଳବାଇ ପୋଲିସ। ମୃତ ବ୍ୟକ୍ତି ଜଣକ କୁହୁଡ଼ି ରତନପୁର ଗ୍ରାମର ସୁବାଷ ଚନ୍ଦ୍ର ପାତ୍ର(୪୫) ବର୍ଷ । ସୁବାଷ କୋରାପୁଟ ଆଇଆରବି ଫାଷ୍ଟ ବାଟାଲିୟନ କୋରାପୁଟରେ ହାବିଲଦାର ଭାବରେ କାର୍ଯ୍ୟ କରୁଥିଲେ।

ସୁବାଷ ଛୁଟିରେ କୈ।ଣସି କାମରେ ନିଜ ଘରକୁ ଆସି କାଳୁପଡା ଷ୍ଟେସନରୁ ଟ୍ରେନ ଯୋଗେ କୋରାପୁଟ ଯିବାପାଇଁ ରେଳଧାରଣା ପାରହୋଇ ଟିକେଟ କରିବାକୁ ଯାଇଥିବା ସମୟରେ ଟ୍ରେନଟି ସୁବାଷକୁ ଧକ୍କାଦେଇଥିଲା  ।ଘଟଣା ସ୍ଥଳରେ ସୁବାଷ ମୃତ୍ୟୁ ବରଣ କରିଥିଲେ ।  ସେପଟେ ଘଟଣା ସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ଶବ ଜବତକରି ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button