March 27, 2023

ଅଯୋଧ୍ୟା ରାୟକୁ ନେଇ ରେଲୱେକୁ ହାଇ ଆଲର୍ଟ

1 min read

ଆଓରି-ନୂଆଦିଲ୍ଲୀ(୦୯/୧୧) : ଅଯୋଧ୍ୟା ରାୟକୁ ନେଇ ଶନିବାର ରେଲୱେକୁ ହାଇ ଆଲର୍ଟ ଜାରି କରାଯାଇଛି। ରେଳ ଷ୍ଟେସନ ଓ ଟ୍ରେନ୍‍ମାନଙ୍କରେ ସୁରକ୍ଷା ବଢାଇବା ସହ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି। ଆରପିଏଫ ଓ ଜିଆରପି ଯବାନ ତଥା ଅଧିକାରମାନଙ୍କ ଛୁଟି ରଦ୍ଦ କରି ଦିଆଯାଇଛି। ଏପରିକି ଯେଉଁମାନେ ଛୁଟିରେ ଯାଇଥିଲେ ସେମାନଙ୍କୁ ମଧ୍ୟ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଦିର୍ଦ୍ଦେଶାବଳୀ ଜାରି କରାଯାଇଛି। ଆଦେଶ ମିଳିବା ମାତ୍ରେ ମୁରାଦାବାଦ ରେଳ ଡିଭିଜନ୍‍ର ଷ୍ଟେସନ୍‍ଗୁଡ଼ିକରେ ସୁରକ୍ଷା ବଢାଇ ଦିଆଯାଇଛି। ସନ୍ଦିଗ୍ଧ ଲୋକମାନଙ୍କ ଉପରେ କଡ଼ା ନଜର ରଖାଯାଇଛି।

ଏହାସହିତ ସଡ଼କମାର୍ଗ ଅଧିକାରୀମାନଙ୍କର ମଧ୍ୟ ଛୁଟି ରଦ୍ଦ କରି ଦିଆଯାଇଛି। ସେମାନଙ୍କୁ ସମ୍ପୂର୍ଣ୍ଣ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.