ରାଜ୍ୟ

ଅଗଷ୍ଟ ୯ରେ ରେଲଓ୍ବେ ପରୀକ୍ଷା

ଆଓରି-ନୂଆଦିଲ୍ଲୀ(୧/୮) : ରେଳପଥରେ ଆସିଷ୍ଟାଣ୍ଟ୍‌ ଲୋକୋପାଇଲଟ ଏବଂ ଟେକ୍ନିସିଆନ୍‌ ପଦ ପୂରଣ ପାଇଁ ରେଲୱେ ରିକ୍ରୁଟ୍‌ମେଣ୍ଟ୍‌ ବୋର୍ଡ ପକ୍ଷରୁ ଅଗଷ୍ଟ ୯ରେ ପରୀକ୍ଷା ହେବାକୁ ଯାଉଛି। ଏ ସମ୍ପର୍କରେ ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏଥିପାଇଁ ୪୭ ଲକ୍ଷ ପ୍ରାର୍ଥୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩୪ ଲକ୍ଷ ପ୍ରାର୍ଥୀଙ୍କ ପାଇଁ ୨୦୦ କି.ମି. ମଧ୍ୟରେ ପରୀକ୍ଷା କେନ୍ଦ୍ର ରହିଛି। ସେହିପରି ୯୯% ମହିଳା ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ୨୦୦ କି.ମି. ମଧ୍ୟରେ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ଅନ୍ୟ ପକ୍ଷରେ ମୋଟ ଉପରେ ପ୍ରାୟ ୮୩% (୪୦ ଲକ୍ଷ) ଆବେଦନକାରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ୫୦୦ କି.ମି. ମଧ୍ୟରେ ରହିଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ପ୍ରକାଶ।
ପରୀକ୍ଷା ସମୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ଆବଶ୍ୟକ ସ୍ଥଳେ ସିସିଟିଭି, ତଲାସି ଉପକରଣ, ମେଟାଲ ଡିଟେକ୍ଟର ଆଦି ବ୍ୟବସ୍ଥା ପାଇଁ ମଧ୍ୟ ଯୋଜନା ରହିଛି। ସୂଚନା ଅନୁସାରେ ବିହାରରୁ ୯ ଲକ୍ଷ, ଉତ୍ତରପ୍ରଦେଶରୁ ୯.୫ ଲକ୍ଷ ଏବଂ ରାଜସ୍ଥାନରୁ ୪.୫ ଲକ୍ଷ ଛାତ୍ରୀଛାତ୍ର ଏଥିପାଇଁ ଆବେଦନ କରିଛନ୍ତି। ଯେଉଁ ଆବେଦନକାରୀ ଆବେଦନର ଶେଷ ତାରିଖ ଆଡକୁ ଫର୍ମପୂରଣ କରିଛନ୍ତି ସେମାନଙ୍କୁ ଦୂର ସ୍ଥାନରେ ପରୀକ୍ଷା ଦେବାକୁ ପଡିପାରେ। ମୋଟ ୨୬,୫୦୨ ଟି ଖାଲି ପଦବୀ ମଧ୍ୟରୁ ବିହାର ରେଳ ୟୁନିଟ୍‌ରୁ ୨୨୯୨ ପଦବୀ ଖାଲି ପଡିଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ପ୍ରକାଶ।

Related Articles

Leave a Reply

Your email address will not be published. Required fields are marked *

Back to top button