March 21, 2023

ଅଂସାରଉଲ୍ଲାର ତାମିଲନାଡୁସ୍ଥିତ ୧୬ ଠିକଣା ଉପରେ ଚଢଉ କଲା ଏନଆଇଏ

1 min read

ଆଓରି-ନୂଆଦିଲ୍ଲୀ(୨୦/୦୭) : ଜାତୀୟ ତଦନ୍ତକାରୀ ସଂଗଠନ (ଏନଆଇଏ) ଶନିବାର ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଷଡ଼ଯନ୍ତ୍ର ରଚୁଥିବା ଆତଙ୍କବାଦୀ ସଂଗଠନ ଅଂସାରଉଲ୍ଲାର ତାମିଲନାଡୁସ୍ଥିତ ୧୬ ଠିକଣା ଉପରେ ଚଢଉ କରିଛି। କୁହାଯାଉଛି ଯେ ଏହି ଠିକଣାଗୁଡ଼ିକରୁ ବିପୁଳ ପରିମାଣଣ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଏନଆଇଏ କିଛି ଦିନ ତଳେ ଅଂସାରଉଲ୍ଲା ସହ ଜଡିତ ୧୪ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କୁ ସାଉଦି ଆରବକୁ ଦେଶାନ୍ତର କରାଯାଇଥିଲା।

ଏନଆଇଏ ଅନୁସାରେ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲକାଏଦା ଏବଂ ଆଇଏସ ସହ ସମ୍ପୃକ୍ତ ଅଂସାରଉଲ୍ଲାର ଉଦେଶ୍ୟ ଅତ୍ୟନ୍ତ ବିପଦଜନକ। ଏହି ସଂଗଠନ ଭାରତକୁ ଇସଲାମିକ ଷ୍ଟେଟରେ ବଦଳାଇ ସରିୟା ଆଇନ ଲାଗୁ କରିବାକୁ ଚାହୁଁଛି। ଏଥିପାଇଁ ଅଂସରଉଲ୍ଲା ଭାରତରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଛି। ଅଂସାରଉଲ୍ଲାର ଅର୍ଥ ହେଲା ଉଲ୍ଲାହର ସମର୍ଥକ। ଭାରତରେ ଗୁପ୍ତରେ ପରିଚାଳିତ ଏହି ସଂଗଠନ ଓମାନର ଆତଙ୍କବାଦୀ ସଂଗଠନ ଅଂସାରଉଲ୍ଲା ସହ ସମ୍ପୃକ୍ତ ଅଛି। ଓମାନସ୍ଥିତ ଅଂସାରଉଲ୍ଲା ସଂଗଠନର ସଦସ୍ୟ ହୁତି ବିଦ୍ରୋହୀ ଭାବରେ ପରିଚିତ। ଓମାନରେ ହୁତି ବିଦ୍ରୋହୀମାନେ ଶତାଧିକ ଲୋକଙ୍କୁ ହତ୍ୟା କରିଛନ୍ତି। ଏହି ସଂଗଠନ କଠୋର ଇସଲାମିକ ବିଚାରଧାରାରେ ବିଶ୍ୱାସ କରେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.