ରାଜନୀତି

ମହିଳାମାନଙ୍କ ଉପରେ ବଢୁଥିବା ଅତ୍ୟାଚାର ବିରୁଦ୍ଧରେ କଂଗ୍ରେସର ରାଜ୍ୟବ୍ୟାପୀ କ୍ୟାଣ୍ଡେଲ ଶୋଭାଯାତ୍ରା

ଆଓରି(ତା୧୪|୪)- ଜମ୍ମୁ ଓ କାଶ୍ମୀରରେ କାଠୱା ଗଣଦୁଷ୍କର୍ମ ଓ ହତ୍ୟାଏବଂ ଉତ୍ତର ପ୍ରଦେଶର ଉନାଓ ଗଣଦୁଷ୍କର୍ମରେ ନରେନ୍ଦ୍ର ମୋଦି ସରକାର ଦୁଷ୍କର୍ମକାରୀ ମାନଙ୍କୁ ଘଣ୍ଟ ଘୋଡାଉଛନ୍ତି। ଦେଶରେ ମହିଳା ମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢ଼ିବାରେ ଲାଗିଛି। ସେହିପରି ବିଜେଡ଼ି ସରକାରରେ ଓଡ଼ିଶାରେ ମହିଳା ମାନେ ଭୀତତ୍ରସ୍ତ ଅବସ୍ଥାରେ ଅଛନ୍ତି। ପ୍ରତ୍ୟେକ ଦିନ ରାଜ୍ୟରେ ପାଞ୍ଚ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହେଉଛନ୍ତି। ସରକାର ଦୋଷୀ ମାନଙ୍କୁ ଦଣ୍ଡଦେବା ଦୂରର କଥା ପୋଲିସ ଧରି ମଧ୍ୟ ପାରୁନାହିଁ। କେନ୍ଦ୍ରର ବିଜେପି ଓ ବିଜେପି ଶାସିତ ରାଜ୍ୟ ସରକାରମାନେ ନୀରବଦ୍ରଷ୍ଟା ସାଜିଛନ୍ତି। ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିବାଦରେ ଓ ପୀଡିତାଙ୍କୁ ନ୍ୟାୟ ଦାବିରେ ଅଖିଳ ଭାରତ କଂଗ୍ରେସ କମିଟି ଆହ୍ଵାନକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲାର ସଦରମହକୁମା ଠାରେ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରିଥିଲା। ହଜାର ହଜାର କଂଗ୍ରେସ କର୍ମୀ ବ୍ୟାନର ଓ ପ୍ଲାକାର୍ଡ଼ ଧରି ମୋଦି ସରକାର ବିରୋଧୀ ନାରା ଦେଇଥିଲେ। ଭୁବନେଶ୍ବର ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ବରେ ଶହଶହ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ମାଷ୍ଟର କ୍ୟାଣ୍ଟିନ ଠାରେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଜେପି ସରକାରରେ ଦେଶରେ ମହିଳା ମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ। କଂଗ୍ରେସ ଦଳ ମହିଳା ମାନଙ୍କ ସୁରକ୍ଷା ପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।ଏହି କାର୍ଯ୍ୟକ୍ରମରେ ସୁରେଶ ରାଉତରାୟ,ଜଗନ୍ନାଥ ରାଉତ, ଶିବାନନ୍ଦ ରାୟ, ସନ୍ଧ୍ୟା ମହାପାତ୍ର, ଡ଼ଃ ଲଲାଟେନ୍ଦୁମହାପାତ୍ର,ଲୋକନାଥ ମହାରଥୀ, ସସ୍ମିତା ବେହେରା, ଅବଦୁଲ ବାରି, ସୁଶାନ୍ତ ତ୍ରିପାଠୀ, ପ୍ରକାଶ ଜେନା, ବିରେନ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ମହମ୍ମଦ ଶାହାନୱାଜ, ଶ୍ରୀନିବାସ ରାଉତରାୟ, ପ୍ରଣତି ମିଶ୍ର, ଶିବ ପ୍ରସାଦ ସ୍ୱାଇଁ, ସତ୍ୟବ୍ରତ ନାୟକ, ଜୟକୃଷ୍ଣ ମଲିଆ, ଅଭିଷେକ ମହାନନ୍ଦ,ଅଜୟ ମହାପାତ୍ର ଓ କୈଳାସ ସାହୁ ପ୍ରମୁଖ ଯୋଗଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button