ଜିଲ୍ଲା

ଶ୍ରୀମନ୍ଦିର ପରିସରରେ ଖୋଲିବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ଆ.ଓ.ରି(ତା୩୦|୫)-ଶ୍ରୀମନ୍ଦିର ପରିସରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବ। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ ରହିବାର ବ୍ୟବସ୍ଥା ହେବ। ଭିନ୍ନକ୍ଷମ ଭକ୍ତମାନେ କିପରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ସ୍ଥିତିକୁ ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା। ଏହାଛଡ଼ା ରୋଷଶାଳା ଏବଂ ଆନନ୍ଦ ବଜାରର ଉନ୍ନତିକରଣ କରାଯିବ। ସେହିପରି ଶ୍ରୀମନ୍ଦିର ବାହାରେ ପରିସ୍ରାଗାରର ବ୍ୟବସ୍ଥା ମଧ୍ୟ ହେବ। ଏହା ଶ୍ରୀମନ୍ଦିର ପରିବେଶକୁ ସଫା ସୁତୁରା ରଖିବାରେ ସହାୟକ ହେବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button