ଜିଲ୍ଲା

ବଡ଼ଦାଣ୍ଡରେ ଟ୍ରଲିରେ ବୁହାହେଲେ ରୋଗୀ

ଅ‍ାଜିର ଓଡ଼ିଶା ବ୍ୟୁରୋ, ପୁରୀ:


ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଗତକାଲି ଅପରାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଟ୍ରଲିରେ ଜଣେ ରୋଗୀଙ୍କୁ ଡାକ୍ତରଖାନା ନିଆଯାଉଥିବା ଦେଖିବାକୁ ମିଳିଥିଲା। ରୋଗୀଙ୍କ ସାଙ୍ଗରେ ଜଣେ ମହିଳା ଓ ପୁରୁଷ ଥିଲେ।

ପୁରୀ ଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିରଠାରେ ଗତ କିଛି ଦିନ ଧରି ଜଣେ ଅଜଣା ବୃଦ୍ଧ ନ ଖାଇ ନ ପିଇ ପଡ଼ିରହିଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ନ ଆସିବାରୁ ରୋଗୀଙ୍କୁ ଟ୍ରଲିରେ ଡାକ୍ତରଖାନାକୁ ନିଆଯାଇଥିଲା। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button