ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କାରେ ପଞ୍ଜାବରେ ବଢ଼ିଲା ନିରାପତ୍ତା ବ୍ୟବସ୍ଥା
1 min read
ଆଓରି-ନୂଆଦିଲ୍ଲୀ(୦୭/୦୮): ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ ଓ କଶ୍ମୀରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପଞ୍ଜାବ ସରକାର ନିଜ ରାଜ୍ୟରେ ଆତଙ୍କବାଦୀମାନଙ୍କ ଆକ୍ରମଣ ଆଶଙ୍କା କରି ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦେଇଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ଜୋନ୍ରେ ବରିଷ୍ଠ ପୁଲିସ ଅଧକାରୀମାନେ ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି।
ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦ ଏବଂ ଲସ୍କର୍-ଏ-ତୈବା ପଞ୍ଜାବର ଆତ୍ମଘାତୀ ଆକ୍ରମଣ କରିପାରେ ବୋଲି ରାଜ୍ୟ ସରକାର ସୂଚନା ପାଇଥିଲେ।
ଜିଲ୍ଲାର ସବୁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଏ ବାବଦରେ ସ୍ୱତନ୍ତ୍ର ନିର୍ଦେଶାବଳୀ ଦେଇଛନ୍ତି। ରାଜ୍ୟର ସ୍ୱାଭାବିକ ପରିବେଶକୁ ନଷ୍ଟ କରିବାକୁ ପାକିସ୍ତାନର ଯେକୌଣସି ଉଦ୍ୟମକୁ ପଣ୍ଡ କରିବାକୁ ପଞ୍ଜାବ ପୁଲିସ ଅଧିକାରୀମାନଙ୍କୁ ସେ କହିଛନ୍ତି।
ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ହୋଇ ରହିବାକୁ ମଧ ସେ ରାଜ୍ୟ ପୁଲିସକୁ କହିଛନ୍ତି। ପଞ୍ଜାବରେ ପଢୁଥିବା ୮୦୦୦ରୁ ଊର୍ଦ୍ଧ୍ୱ କଶ୍ମୀର ଶିକ୍ଷାର୍ଥୀମାନଙ୍କ ନିରାପତ୍ତା ବ୍ୟବସ୍ଥା ବଢ଼ାଇବାକୁ ସେ କହିଛନ୍ତି।
ଏହାଛଡ଼ା ଜମ୍ମୁ ଓ କଶ୍ମୀରର ସୀମା ଲାଗିଥିବା ପଞ୍ଜାବର ସୀମାନଙ୍କ ଅଞ୍ଚଳର ଜିଲ୍ଲାଗୁଡ଼ିକରେ ମଧ୍ୟ ନିରାପତ୍ତା ବ୍ୟବସ୍ଥା କଠୋର କରିବାକୁ ସେ ନିର୍ଦେଶ ଦେଇଛନ୍ତି୧