ଅପରାଧ

ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ

ଆ.ଓ.ରି(ତା୮|୫)-

ଚୋରି ଅଭିଯୋଗରେ ଜଣେ ଛାତ୍ରୀଙ୍କୁ ଦିଆଯାଇଛି ନିର୍ଯାତନା। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ସହରର ଏକ ଘରୋଇ ସ୍କୁଲରୁ। ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ଟଙ୍କା ଚୋରି କରିବା ନେଇ ଉକ୍ତ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ପରୀକ୍ଷାରେ କମ ମାର୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀ ଓ ଅଭିଭାବକ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ଜଣାଇଛନ୍ତି।

ଦୁଇ ଜଣ ଶିକ୍ଷୟିତ୍ରୀ ଜାଣିଶୁଣି ଛାତ୍ରୀ ଜଣକୁ ନିର୍ଯାତନା ଦେଉଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଝିଅକୁ ୮ମରୁ ୯ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button