May 19, 2024

କେନ୍ଦୁଝର ଜିଲ୍ଲାରେ ଗଛକଟା କୁ ବିରୋଧ କଲେ ଜନସାଧାରଣ

1 min read
Protested-to-cutting-tree-Aajira-Odisha

ଆଓରି-ଭୁବନେଶ୍ଵର(୦୪/୧୨) : କେନ୍ଦୁଝର ଜିଲ୍ଲା ବଡ଼ବିଲ ବନାଞ୍ଚଳ ରୁଗୁଡ଼ି ସେକ୍ସନ ଅନ୍ତର୍ଗତ କ୍ୟାମ୍ପ ହଟିଂରେ ବେଆଇନ ଗଛ କଟାକୁ ବିରୋଧ । କିଛି ଦିନ ତଳେ ଢେଙ୍କାନାଳର ବଳରାମପୁରରେ ମଦଭାଟି ପାଇଁ ବିପୁଳ ପରିମାଣରେ ଗଛ କଟାଯାଇଥିବା ବେଳେ ଏବେ ପୁଣି କେନ୍ଦୁଝରରେ ଗଛକଟା ହୋଇଥିବା ଅଭିଯୋଗ ।

କାଠ ମାଫିଆ ଓ ବନ ବିଭାଗର ମଧୁଚନ୍ଦ୍ରିକା ଯୋଗୁଁ ଜଙ୍ଗଲ ସମ୍ପଦ ଧ୍ୱଂସ ହେବାକୁ ବସିଥିବା ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି । ଗତକାଲି ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଶାଳ ଗଣ୍ଡିକୁ ଲୋକେ ଜବତ କରି ବନବିଭାଗକୁ ଜଣାଇଥିଲେ ମଧ୍ୟ ଚୁପ୍ ବସିଛି ପ୍ରଶାସନ । ସେପଟେ ଦିନକୁ ଦିନ ଜଙ୍ଗଲ ସଫା ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ସ୍ଥାନୀୟ ବେକାର ଯୁବକଙ୍କ ହାତରେ କାଠ ମାଫିଆମାନେ ଗଛ କଟା ପଦା କରୁଛନ୍ତି । ଏପଟେ ମୌନ ବସିଛି ପ୍ରଶାସନ । ତେଣୁ ଗ୍ରାମବାସୀଙ୍କ ମାଫିଆଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.