Uncategorized

ପିଠା ଯୋଜନାକୁ ସୁବର୍ଣ୍ଣପୁର ଜିଲ୍ଲାରେ ବିରୋଧ

ଆଓରି-ଭୁବନେଶ୍ଵର(୨୩/୦୨) : ରାଜ୍ୟ ସରକାରଙ୍କ ଯୋଜନା ହେଉଛି ବାଟବଣା । ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ ଚାଷୀଙ୍କ ପାଇଁ କରୁଛନ୍ତି । କିନ୍ତୁ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ସେନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ । ପିଠା ଯୋଜନା ନାରେ ଚାଷୀଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକର ରେଙ୍ଗାଲି ଗ୍ରାମ ପଞ୍ଚାୟତରେ । ଏହି ପଞ୍ଚାୟତରେ ହୋଇଥିବା ରାଜ୍ୟ ସରକାରଙ୍କ ପିଠା ଯୋଜନାକୁ ବିରୋଧ କଲେ ଚାଷି ।

ଆଗକୁ ନିର୍ବାଚନ ଆସୁଥିବାରୁ ରାଜ୍ୟ ସରକାର ନିଜର ପ୍ରଚାର କରିବା ପାଇଁ ଏସବୁ ଯୋଜନା କରୁଥିବା ଅଭିଯୋଗ ହୋଇଛି । ଆଜି ପର୍ଯ୍ୟନ୍ତ ଚାଷୀଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା କରିପାରି ନାହାନ୍ତି,ଚାଷିଙ୍କୁ କେବଳ ଭୁଆଁ ବୁଲାଇ ଚାଲିଥିବାବେଳେ ଅଦରକାରୀ ଯୋଜନା ସବୁ କରି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି କହିଛନ୍ତି ଚାଷିନେତା । ଏନେଇ ପିଠା କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି ସେ ।

Related Articles

Leave a Reply

Your email address will not be published. Required fields are marked *

Back to top button