ରାଜନୀତି

କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ

ଆ.ଓ.ରି(ତା୧୯|୫)-ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀରେ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ ହୋଇଛି। ଆଇନ ଶୃଙ୍ଖଳା, ଦୁର୍ନୀତି, ମହିଳା ନିର୍ଯାତନା, ମହାନଦୀ,ଜଳସେଚନ ଆଦି ପ୍ରସଙ୍ଗରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି କଡ଼ା ସମାଲୋଚନା କରିଛି ବିଜେପି।

ଦଳ ଅଭିଯୋଗ କରିଛି, ରାଜ୍ୟରେ ଦିନକୁ ଦିନ ମହିଳା ନିର୍ଯାତନ ବଢୁଛି। ଦୁଷ୍କର୍ମ ସଂଖ୍ୟା ବଢୁଥିଲେ ମଧ୍ୟ ସେହି ଅନୁସାରେ ଦୋଷୀ ଦଣ୍ଡ ପାଉନାହିଁ। ସେହିପରି ମହାନଦୀ ପ୍ରସଙ୍ଗରେ ଆଜିର ପରିସ୍ଥିତି ପାଇଁ ସରକାରଙ୍କ ଅବହେଳାକୁ ଦାୟୀ କରାଯାଇଛି। ଛତିଶଗଡ଼ ସହିତ ସମାଧାନ ବଦଳରେ ରାଜନୀତି କରାଯାଉଥିବା ବିଜେପି କହିଛି।

ଏହା ସହିତ ଦଳ କହିଛି, ରାଜ୍ୟରେ ବ୍ୟାପକ ଦୁର୍ନୀତି ଚାଲିଛି। ପଞ୍ଚାୟତ ଓ ପୌରାଞ୍ଚଳରେ ଅପାରଗତା ଓ ଭ୍ରଷ୍ଟାଚାର ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ସମସ୍ତଙ୍କୁ ପାନୀୟ ଜଳ ଏପର୍ଯ୍ୟନ୍ତ ଯୋଗାଇ ପାରିନାହାନ୍ତି ସରକାର। ବିନା ଟେଣ୍ଡରରେ ପୌରାଞ୍ଚଳର କାମ ଦିଆଯାଉଛି। ବସ୍ତିରେ ରହୁଥିବା ଲୋକଙ୍କୁ ଘର ପ୍ରଦାନରେ, ଲୋକଙ୍କୁ ରାସନ କାର୍ଡ ବଣ୍ଟନରେ ବ୍ୟାପକ ଜାଲିଆତି ହେଉଥିବା ଅଭିଯୋଗ କରିଛି ବିଜେପି।

ଚାଷୀ ଓ ଜଳସେଚନ ପ୍ରସଙ୍ଗରେ ମଧ୍ୟ ନବୀନ ସରକାରକୁ ଟାର୍ଗେଟ କରାଯାଇଛି। ଏହା ସହିତ ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ଦଳ ବହୁତ ଉତ୍ସାହିତ ଅଛି। ତେବେ ବିଜେପିର ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳି ପାରିନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button