ମନୋରଞ୍ଜନ

ବିବାହ କଲେ ପ୍ରିନ୍ସ ହ୍ୟାରୀ

ଆ.ଓ.ରି(ତା୧୯|୫)-ବିବାହ କଲେ ପ୍ରିନ୍ସ ହ୍ୟାରୀ। ବ୍ରିଟେନ ରାଜକୁମାର ହ୍ୟାରୀ ତାଙ୍କ ଦୀର୍ଘ ଦିନର ପ୍ରେମିକା ମେଘନ ମର୍କେଲଙ୍କୁ ଆଜି ବିବାହ କରିଛନ୍ତି। ଲଣ୍ଡନର ଓ୍ୱିଣ୍ଡସର ପ୍ୟାଲେସରେ ଏହି ରାଜକୀୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଧୂମଧାମରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ ଉଭୟ ବର ଓ କନ୍ୟା ରାଜକୀୟ ଠାଣିରେ ଘୋଡ଼ା ସବରୀରେ ବସି ରାଜମହଲ ଅତିକ୍ରମ କରିଥିଲେ।

ଏହି ସମୟରେ ରାଜମହଲରେ ୧୦ ହଜାରରୁ ଅଧିକ ଶୁଭେଚ୍ଛୁଙ୍କ ଭିଡ଼ ଜମିଥିଲା। ପ୍ରିନ୍ସ ଓ ମର୍କେଲଙ୍କ ବର୍ଣ୍ଣାଢ୍ୟ ବିବାହ ଉତ୍ସବରେ ଯୋଗ ଦେବା ଲାଗି ସାରା ବିଶ୍ୱରୁ ବିଭିନ୍ନ ନାମୀଦାମୀ ବ୍ୟକ୍ତିତ୍ୱ ଲଣ୍ଡନ ଯାଇଛନ୍ତି। ଭାରତରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ବିବାହରେ ଯୋଗ ଦେଇଛନ୍ତି। ହ୍ୟାରୀଙ୍କ ପାଣି ଗ୍ରହଣ କରିଥିବା ମର୍କେଲ ହେଉଛନ୍ତି ଆମେରିକାର ଟେକ୍ସାସର। ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିବା ବେଳେ ଆଜି ତାହା ବିବାହର ରୂପ ନେଇଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button