ଜାତୀୟ

ବିଶ୍ୱ ଜୈବ ଇନ୍ଧନ ଦିବସ କାର୍ଯ୍ୟକର୍ମ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ଆଓରି-ନୂଆଦିଲ୍ଲୀ(୧୧/୮) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନୂଆଦିଲ୍ଲୀଠାରେ ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମର ସୁଭୋଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାଶ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବହନ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ  କେନ୍ଦ୍ରୀୟ କୃଷି ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହ, କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାସ୍ଵାନ,  କେନ୍ଦ୍ରୀୟ ବିଜ୍ଞାନ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଡ. ହର୍ଶବର୍ଦ୍ଧନ ମଧ୍ୟ ଯୋଗଦେଇଥିଲେ | ବିବିଧ ବର୍ଗଙ୍କ ଏକ ସମ୍ମିଳନୀରେ କୃଷକ, ବୈଜ୍ଞାନିକ, ଉଦ୍ୟୋଗୀ, ଛାତ୍ର, ସରକାରୀ କର୍ମଚାରୀ ଏବଂ ବିଧାୟକମାନଙ୍କୁ ସମ୍ବୋଧିତ କରି ଏକବିଂଶ ଶତାବ୍ଦୀରେ ଜୈବ ଇନ୍ଧନ ଭାରତକୁ ନୂତନ ଗତି ପ୍ରଦାନ କରିପାରିବ ଏବଂ ଶସ୍ୟରୁ ଉତ୍ପନ ଇନ୍ଧନ ଉଭୟ ଗ୍ରାମ ଓ ସହରର ଜନସାଧାରଣଙ୍କ ଜୀବନକୁ ପରିବର୍ତ୍ତିତ କରିପାରିବ ବୋଲି ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

କୃଷିଜାତ ସାମଗ୍ରୀରୁ ଜୈବଇନ୍ଧନ ବା ଇଥାନଲ ଉତ୍ପାଦନ କରିବାର ଯୋଜନା ଅଟଳ ବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଗ୍ରହଣ କରାଯାଇଥିଲା।  ୨୦୧୪ ପରେ ଇଥାନଲ ବ୍ଲେଣ୍ଡିଂ/ମିଶ୍ରଣ କାର୍ଯ୍ୟକ୍ରମ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଥିଲା । କୃଷକମାନଙ୍କୁ ଲାଭ ପହଂଚାଇବା ବ୍ୟତୀତ, ଏହି ପଦକ୍ଷେପ ଫଳରେ ଗତବର୍ଷ ୪,୦୦୦ କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ସଂଚୟ କରିବାରେ ସହାୟକ ହୋଇଛି ଏବଂ ଆଗାମୀ ୪ବର୍ଷ ମଧ୍ୟରେ ଏହାକୁ ୧୨,୦୦୦କୋଟି ଟଙ୍କାରେ ପହଂଚାଇବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ବାୟୋମାସକୁ ବାୟୋ ଇନ୍ଧନରେ ରୂପାନ୍ତରିତ କରିବାର ପ୍ରୟାସରେ କେନ୍ଦ୍ର ସରକାର ବହୁ ପରିମାଣରେ ପୁଞ୍ଜିନିବେଶ କରୁଛନ୍ତି । ୧୨ଟି ଅତ୍ୟାଧୁନିକworld-biofuel-day ବିଶୋଧନାଗାର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି । ଏହି ପ୍ରକ୍ରିୟା ମାଧ୍ୟମରେ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।  ଜନଧନ, ବନ୍ଧନ ଏବଂ ଗୋବର-ଧନ ଭଳି ଯୋଜନା ଗରିବ ଜନସାଧାରଣ, ତଫସିଲଭୁକ୍ତ ଜନଜାତି ଏବଂ କୃଷକମାନଙ୍କ ଜୀବନକୁ ରୂପାନ୍ତରିତ କରିବାରେ ସହାୟକ ହେଉଛି ।  ଜୈବ ଇନ୍ଧନର ରୂପାନ୍ତରଣକାରୀ କ୍ଷମତାକୁ ଛାତ୍ର, ଶିକ୍ଷକ, ବୈଜ୍ଞାନିକ, ଉଦ୍ୟୋଗକାରୀ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ମାଧ୍ୟମରେ ହୃଦୟଙ୍ଗମ କରାଯାଇ ପାରିବ । ଜୈବ ଇନ୍ଧନର ଲାଭକୁ ଗ୍ରାମାଂଚଳରେ ପହଂଚାଇବା ପାଇଁ ସହାୟତା କରିବା ଲାଗି ଶ୍ରୀ ମୋଦି ଉପସ୍ଥିତ ଥିବା ସମସ୍ତଙ୍କୁ ପ୍ରେରିତ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ “ଜୈବ ଇନ୍ଧନ-୨୦୧୮କୁ ନେଇ ଜାତିୟ ନୀତି” ଶୀର୍ଷକରେ ଏକ ପତ୍ରିକା ଉନ୍ମୋଚନ କରିଥିଲେ । ସେ ମଧ୍ୟ “ପ୍ରୋଆକ୍ଟିଭ ଏଣ୍ଡ ରେସପନ୍ସିଭ ଫେଲିସିଟେସନ, ବାଏ ଇଂଟରାକ୍ଟିଭ ଏଣ୍ଡ ଭର୍ଚ୍ୟୁଅସ ଏନଭିରନମେଂଟାଲ ସିଙ୍ଗଲ-ୱିଣ୍ଡୋ ହବ” (ପରିବେଶ)ର ଶୁଭାରମ୍ଭ କରିଥିଲେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button