March 15, 2023

ଉତ୍ସବ ବେଳେ ପଡ଼ିଯାଇଥିବା ମହିଳା ପୁଲିସଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

1 min read
Ramnath-Kovind-inquire-health-of-a-policewoman-who-collapsed-at-a-function

ଆଓରି-ନୂଆଦିଲ୍ଲୀ(୩୦/୧୦) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ ସିଆରଏସ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବେଳେ ଅସୁସ୍ଥ ହୋଇପଡିଥିବା ଜଣେ ମହିଳା ପୁଲିସଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ ସମୟରେ ମଞ୍ଚ ଆଗରେ ମୁତୟନ ଏହି ମହିଳା ପୁଲିସଙ୍କର ମୁଣ୍ଡବୁଲାଇଥିଲା। ଫଳରେ ସେ ଚଟଣାରେ ବସି ପଡିଥିଲେ। ଜାତୀୟ ସଙ୍ଗୀତ ଗାନ ଶେଷ ହେବା ପରେ ରାଷ୍ଟ୍ରପତି କୋବିନ୍ଦ, ନିର୍ମଳା ସୀତାରମଣ, କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଓ ନିଜର ସୁରକ୍ଷାକର୍ମୀଙ୍କ ସହିତ ମଞ୍ଚରୁ ତଳକୁ ଆସିଥିଲେ। ସେ ସମ୍ପୃକ୍ତ ମହିଳା ପୁଲିସଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସେ ସୁସ୍ଥ ଅନୁଭବ କରୁଥିବା ଜାଣିବା ପରେ ରାଷ୍ଟ୍ରପତି ଓ ଅନ୍ୟମାନେ ମଞ୍ଚ ଉପରକୁ ଫେରିଯାଇଥିଲେ। ଅନୁରାଗ ଠାକୁର ତାଙ୍କୁ ଏକ ପାଣି ବୋତଲ ଦେଇଥିଲେ। ତେବେ ଗୋଇଠି ମୋଡି ହୋଇଯିବା କାରଣରୁ ମହିଳା ପୁଲିସ ଜଣଙ୍କ ତଳେ ପଡିଯାଇଥିବା ଜଣାପଡିଥିଲା। ରାଷ୍ଟ୍ରପତିଙ୍କ ଏଭଳି ସହୃଦୟତା ଦେଖି ଉପସ୍ଥିତ ସଦଜନମାନେ ଖୁବ ପ୍ରଶଂସା କରିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.