କଳା ଓ ସଂସ୍କୃତିରାଜ୍ୟ

ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେଲା ପ୍ରସ୍ତୁତି

ଆଓରି-ଭୁବନେଶ୍ଵର(୨୩/୧୨) : ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁୟାରୀ ୧୧ରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ।  ବରଗଡ଼ ଧନୁଯାତ୍ରା  ୭୦ ବର୍ଷରେ ପଦାର୍ପଣ କରୁଥିବାରୁ  ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରୟାସ ଜାରି ରହିଛି । ଏ ନେଇ ରବିବାର ଧନୁଯାତ୍ରା କଳାକାରଙ୍କ ରିହର୍ସାଲ(ଅଭ୍ୟାସ) ଆରମ୍ଭ ହୋଇଛି। ବରଗଡ଼ ଅତିରିକ୍ତ ଜିଲାପାଳ ତପିରାମ ମାଝି ସ୍ଥାନୀୟ ଗାନ୍ଧିଛକ ନିକଟ କଲ୍ୟାଣମଣ୍ଡପରେ ଚାଲିଥିବା ଏହି ଅଭ୍ୟାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।  କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନଙ୍କ ସମେତ ଅନ୍ୟ କଳାକାରମାନେ ଅଭ୍ୟାସ ଜାରି ରଖିଛନ୍ତି। ଏଥିରେ ସହଆବାହକ ଅଶୋକ ବେହେରା, ଉପଦେଷ୍ଟା ନକୁଳ ବାଦୀ, ହରିହର ମିଶ୍ର, ତାରାଚାନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଗତ ୨୦ ତାରିଖରୁ ଅମ୍ବାପାଲି ଗଜପତି ମଣ୍ଡପରେ ବରଗଡ଼ ଧନୁଯାତ୍ରା ମହୋତ୍ସବର ଗୋପପୁର କଳାକାରଙ୍କ ଅଭ୍ୟାସ ଆରମ୍ଭ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button