ଜାତୀୟ

ପ୍ରତିଭା ରାୟଙ୍କୁ “ଆମ ଗୌରବ ସମ୍ମାନ” ସହିତ ଅନ୍ୟ ୧୭ ଜଣଙ୍କୁ “ଭାଷା ସମ୍ମାନ”

ଆଓରି-ନୂଆଦିଲ୍ଲୀ(୧୪/୦୨) : ନୂଆଦିଲ୍ଲୀସ୍ଥିତ ବୁଦ୍ଧିଜୀବୀ ଫୋରମ୍‌ ‘ଦି ଇଣ୍ଟେଲେକ୍ଟସ୍‌’ ଦ୍ୱାରା ପ୍ରତି ବର୍ଷ ପ୍ରଦାନ କରାଯାଉ ଥିବା ସମ୍ମାନଜନକ ‘ପ୍ରବାସୀ ଭାଷା ସମ୍ମାନ’ ଚଳିତ ବର୍ଷ ପାଇଁ ଘୋଷଣା କରାଯାଇଛି। ଏହି ସମ୍ମାନ ଆସନ୍ତା ଫେବ୍ରୁଆରି ୨୦ ତାରିଖରେ କନ୍‌ଷ୍ଟଚ୍ୟୁସନ୍‌ କ୍ଲବ ଅଫ୍‌ ଇଣ୍ଡିଆ ସଭାଗୃହରେ ୫ମ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଅବସରରେ ପ୍ରଦାନ କରାଯିବ ବୋଲି ସଂଗଠନର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ରାଉତ ପ୍ରକାଶ କରିଛନ୍ତି। ୨୦୧୯ ମସିହା ପାଇଁ ଓଡ଼ିଆ ଭାଷାକୁ ବିଶେଷ ଅବଦାନ ପାଇଁ ଡଃ ପ୍ରତିଭା ରାୟଙ୍କୁ ‘ଆମ ଗୌରବ ସମ୍ମାନ’ ପ୍ରଦାନ କରାଯିବ। ଏଥି ସହିତ ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନ୍‌ହୁର (ଶିଶୁ ସାହିତ୍ୟ),  ପଂଚାନନ ମହାନ୍ତି (ଭାଷାବିତ୍),  ଦୁଃଖିଶ୍ୟାମ ପଟ୍ଟନାୟକ (ପାଣ୍ଡୁଲିପି ବିଷାରଦ), ସାରୋନ୍‌ ଲୟେନ୍‌ (ଓଡ଼ିଶୀ ନୃତ୍ୟ), ସୁଶ୍ମିତା ଦାସ (ଓଡ଼ିଆ ସଙ୍ଗୀତ), ଅନ୍ତର୍ଯ୍ୟାମୀ ମିଶ୍ର (ଗବେଷଣା ଓ ପାଠ୍ୟକ୍ରମ), ସୁଧୀର ପଟେଲ (କମ୍ପ୍ୟୁଟରୀକରଣ), ଶ୍ରୀ ଦେବେନ୍ଦ୍ର ପୃଷ୍ଠି (ସାମ୍ବାଦିକତା), ଡଃ ବିଜୟଲକ୍ଷ୍ମୀ ନାୟକ (ଶିକ୍ଷକ ଓ ଗୀତି କବିତା), ଭାଗିରଥୀ ନନ୍ଦ (ଅନୁବାଦ)ଙ୍କୁ ଓଡ଼ିଆ ଭାଷାକୁ ଅବଦାନ ପାଇଁ ପ୍ରବାସୀ ଭାଷା ସମ୍ମାନ ପ୍ରଦାନ କରାଯିବ।

ସାଂଗଠନିକ କ୍ଷେତ୍ରରେ ଓଡ଼ିଆ ଭାଷାକୁ ଲୋକପ୍ରିୟ କରିବା ପାଇଁ ପ୍ରଶଂସନୀୟ ପ୍ରୟାସ ଲାଗି  ନିମ୍ନଲିଖିତ ସଂଗଠନର ମୁଖ୍ୟଙ୍କୁ ସମ୍ମାନିତ କରାଯିବ। ‘ନାଲ୍‌କୋ’ ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ତପନ କୁମାର ଚାନ୍ଦ, ‘ସମ୍ବାଦ’ ପାଇଁ ସୌମ୍ୟରଂଜନ ପଟ୍ଟନାୟକ, କଳିଙ୍ଗ ସାହିତ୍ୟ ମହୋତ୍ସବ ପାଇଁ ପ୍ରତିଷ୍ଠାତା ରଶ୍ମୀରଂଜନ ପରିଡ଼ା ଓ ନିଖିଳ ଉତ୍କଳ ଓଡ଼ିଆ ସମ୍ମାନ ଛାତ୍ର ସଂସଦର ଆବାହକ ଡଃ ଇନ୍ଦ୍ରମଣୀ ସାହୁଙ୍କୁ ସମ୍ମାନିତ କରାଯିବ। ଏଥି ସହିତ ଯୁବପୀଢ଼ିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରଂଜନ କୁମାର ପ୍ରଧାନ (ସାମ୍ବାଦିକ ଓ ଲେଖକ), ଶ୍ରୀ ଅକ୍ଷୟ ଓଝା (ଲୋକାଦୃତ କବିତା) ଓ ଅତସୀ ମିଶ୍ର (ଓଡ଼ିଶୀ ନୃତ୍ୟ)ଙ୍କୁ ଯୁବ ପ୍ରେରଣା ସମ୍ମାନ ପ୍ରଦାନ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button