ସଂସ୍କୃତ ଭାଷାରେ ଶପଥ ଗ୍ରହଣ କଲେ ପ୍ରତାପ ଷଡଙ୍ଗୀ
1 min read
ଆଓରି-ଭୁବନେଶ୍ଵର(୧୭/୦୬) : ସୋମବାରଠାରୁ ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ। ନୂଆ ସଦସ୍ୟଙ୍କୁ ଶପଥ ପାଠ କରାଉଛନ୍ତି ଅନ୍ତରୀଣ ବାଚସ୍ପତି ବୀରେନ୍ଦ୍ର କୁମାର। ପ୍ରଥମେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରେ ସଂସ୍କୃତ ଭାଷାରେ ଶପଥ ନେଇଛନ୍ତି ବାଲେଶ୍ଵର ଏମ୍ପି ତଥା ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
ପ୍ରଥମ ଦୁଇ ଦିନ ନବନିର୍ବାଚିତ ସାଂସଦଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ । ଏହା ପୂର୍ବରୁ ରାଷ୍ଟ୍ରପତି ଭବନରେ ବିଜେପି ସାଂସଦ ବୀରେନ୍ଦ୍ର କୁମାର ସପ୍ତଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କରିଥିଲେ। ବୁଧବାର ନୂଆ ଲୋକସଭା ଅଧ୍ୟକ୍ଷ ଚୟନ କରାଯିବ ଏବଂ ଗୁରୁବାର ଉଭୟ ଲୋକସଭା ଓ ରାଜ୍ୟସଭାକୁ ମିଳିତ ବୈଠକରେ ରାଷ୍ଟ୍ରପତି ସମ୍ବୋନ୍ଧିତ କରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୫ରେ ସାଧାରଣ ବଜେଟ୍ ଉପସ୍ଥାପନା କରିବେ ।