ରାଜ୍ୟ

କେନ୍ଦ୍ରାପଡାରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ ପାଇଁ ରାଜ୍ୟସରକାର ଦାୟୀ ; ପ୍ରତାପ ଷଡଙ୍ଗୀ

ଆଓରି-ଭୁବନେଶ୍ଵର(୨୬/୦୧) : କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆନୁକୂଲ୍ୟରେ ଜାନୁଆରୀ୨୩ ତାରିଖ ଦିନ ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ଅବସରରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସଂପ୍ରଦାୟର କେତେକ ଦୁବୃର୍ତଙ୍କ ଦ୍ୱାରା ଜୋର ଜବରଦସ୍ତ ପଥସଂଚାଳନକୁ ରୋକିବା ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ନେତାଜୀଙ୍କ ପ୍ରତି କଟୁ ଶଦ୍ଦ ପ୍ରୟୋଗ କରିବା ଫଳରେ କେନ୍ଦ୍ରାପଡାରେ ଯେଉଁଭଳି ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି ସେ ବିଷୟରେ ଅନୁଧ୍ୟାନ କରିବା ପାଇଁ ବିଜେପିର ଏକ ଉଚ୍ଚସ୍ତରୀୟ ରାଜ୍ୟ ପ୍ରତିନିଧୀ ମଣ୍ଡଳୀ କାଲି କେନ୍ଦ୍ରାପଡା ଗସ୍ତ କରିଥିଲା।

ଏହି ପ୍ରତିନିଧି ଦଳ ପ୍ରଥମେ ଘଟଣା ସ୍ଥଳକୁଯାଇ ଅନୁଧ୍ୟାନ କରିବା ପରେ ଏସପିଙ୍କୁ ସାକ୍ଷାତ କରିଥିଲେ। ଆତଙ୍କବାଦୀମାନଙ୍କୁ ଏସପି କାହିଁକି ଦମନ କରିପାରିଲେ ନାହିଁ ପଚାରିବା ପରେ ସେ ତାଙ୍କ ଅସହାୟତା ପ୍ରକଟ କରିଥିଲେ। ପରେ ଜିଲ୍ଲାପାଳ ଅନୁପସ୍ଥିତ ଥିବା କାରଣରୁ ଫୋନ ସହ ଏ ସମ୍ବନ୍ଧରେ କଥା ହୋଇ ଉପଜିଲ୍ଲାପାଳଙ୍କୁ ପ୍ରତିନିଧୀ ଦଳ ଭେଟି ଘଟଣା ସଂର୍ପକରେ ଆଲୋଚନା କରିଛି ବୋଲି ପ୍ରତିନିଧି ଦଳର ସଦସ୍ୟ ଓ ପୂର୍ବତନ ବିଦାୟକ ଶ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି।

ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ, ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀକୁ ପାଳନ କରିବାରେ ଯେଉଁମାନେ ବିରୋଧ କଲେ ସେମାନେ ଦେଶଦ୍ରୋହୀ ଓ ପାକିସ୍ତାନ ସପକ୍ଷବାଦୀ ଦାବି କରାଯାଇ ତୁରନ୍ତ ସେମାନଙ୍କ ବିରୁଦ୍ଧରେ ସାଂପ୍ରଦାୟିକ ଆତଙ୍କବାଦ ସୃଷ୍ଟି କରୁଥିବା ଓ ଦେଶଦ୍ରୋହୀ ଅପରାଧରେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନବୀନ ସରକାରର ପ୍ରଚ୍ଛନ୍ନ ପୋତ୍ସାହନରେ ଏହି ଆତଙ୍କବାଦୀ ଅପରାଧୀ ଓ ରାଷ୍ଟ୍ର ଦ୍ରୋହୀ ଶକ୍ତି ସକ୍ରିୟ ହୋଇ ପଡିଛନ୍ତି।

କେନ୍ଦ୍ରାପଡାରେ ଏହି ଅରାଷ୍ଟ୍ରୀୟ ତତ୍ୱ ଦ୍ୱାରା ଚାଲୁଥିବା ବେଆଇନ ଗୋଚାଲଣ ଓ ବେଆଇନ କତଲଖାନା ତୁରନ୍ତ ବନ୍ଦ କରିବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି। ବଳଦେବ ଜୀଉଙ୍କର ସଂପତିକୁ ଯେଉଁ ଦୁବୃର୍ତମାନେ ବେଆଇନ ଜବରଦଖଲ ରଖି ଅବାଚ୍ଛିଂତ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସଂପତିକୁ ପୁନରୁଦ୍ଧାର କରିବା ପାଇଁ ଦୃଢ ଦାବି କରାଯାଇଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

ସର୍ବୋପରି ଶାନ୍ତି କମିଟିରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ୟାରେଡ ସ୍ଥଳରେ ରଖି ସମ୍ମାନ ପ୍ରଦର୍ଶନ ପୂର୍ବକ ଏହି ଘଟଣା ପାଇଁ ପ୍ରଶାସନ କ୍ଷମା ମାଗୁ। ଏହି ଆତଙ୍କବାଦୀଙ୍କ ଘରେ ବେଆଇନ ଅସ୍ତ୍ରଶସ୍ତ୍ର ଅଛି କି ନାହିଁ ଏବଂ ଏମାନଙ୍କର ପାକିସ୍ତାନ ସଂର୍ପକ ଅଛି କି ନାହିଁ ତାହାର ଯାଂଚ କରିବା ପାଇଁ ଏସପିଙ୍କ ନିକଟରେ ଦାବି କରାଯାଇଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

ରାଜ୍ୟସରକାରଙ୍କ ପ୍ରାୟୋଜିତ ଷଡଯନ୍ତ୍ର ବିରୋଧରେ ସ୍ୱତଃ ପ୍ରବୃତଭାବେ ସମଗ୍ର କେନ୍ଦ୍ରାପଡା ଜିଲ୍ଲାବାସୀ ଏହାର ପ୍ରତିବାଦରେ ଅଭୂତପୂର୍ବ ବନ୍ଦ ପାଳନ କରି ସରକାରଙ୍କ ବିରୁଦ୍ଧରେ ଆକ୍ରୋଶ ଜାହିର କରିଥିବାରୁ ବିଜେପି ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଅପର ପକ୍ଷରେ ଏପରି ଏକ ସ୍ପର୍ଶକାତର ଘଟଣାରେ ନୀରବ ରହିବା ପ୍ରମାଣ କରୁଛି ଯେ, ସାଂପ୍ରଦାୟୀକ ଶକ୍ତି ପଛରେ ରାଜ୍ୟସରକାରଙ୍କ ସିଧାସଳଖ ପୋତ୍ସାହନ ରହିଥିବାର ବୋଲି ଅନୁଧ୍ୟାନ ପରେ ଅନୁଭବ ହେଉଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button