April 19, 2024

ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟରାତ୍ରିରେ ଶପଥ ଗ୍ରହଣ କଲେ ପ୍ରମୋଦ ସାୱନ୍ତ

1 min read

ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ ପରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ପ୍ରମୋଦ ସାୱନ୍ତ । ମୁଖ୍ୟମନ୍ତ୍ରୀ ପାରିକରଙ୍କ ପରଲୋକ ପରେ ରାଜନୈତିକ ଘଟଣାକ୍ରମରେ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ଜନତା ପାର୍ଟି ପ୍ରମୋଦ ସାୱନ୍ତଙ୍କୁ ମନୋହର ପାରିକରଙ୍କ ଉତ୍ତରାଧିକାରୀ ଭାବରେ ଚୟନ କରିଛି । ପ୍ରମୋଦ ସାୱନ୍ତ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ସୋମବାର-ମଙ୍ଗଳବାର ରାତି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ମାତ୍ର ତାଙ୍କର ଶପଥ ଗ୍ରହଣ ସବୁଦିନ ପାଇଁ ମନେ ରହିବ । ସୋମବାର ଦିନ ତମାମ ବାଦ-ବିବାଦ ଲାଗି ରହିବା ପରେ ରାଜ୍ୟପାଳ ମୃଦୁଲା ସିହ୍ନା ରାତି ୧ଟା ୫୦ରେ ପ୍ରମୋଦ ସାୱନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି ।ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ପ୍ରମୋଦ ସାୱନ୍ତ ରାତି ୧ଟା ୪୬ ମିନିଟରେ ଦରବାର ହଲ ପହଞ୍ଚିଥିଲେ । ଜାତୀୟ ସଂଗୀତ ଗାନ ପରେ ଶପଥ ଗ୍ରହଣ ସମାରୋହ ଆରମ୍ଭ ହୋଇଥିଲା । ସର୍ବପ୍ରଥମେ ପ୍ରମୋଦ ସାୱନ୍ତ ପଦ ଏବଂ ଗୋପନୀୟତାର ଶପଥ ନେଇଥିଲେ । ସେ କୋଙ୍କଣୀ ଭାଷାରେ ଶପଥ ନେଇଥିଲେ ।

ପ୍ରମୋଦ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କେନ୍ଦ୍ର ସଡ଼କ, ପରିବହନ, ଜାତୀୟ ରାଜପଥ ଏବଂ ଜାହଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିବା ଜଣାପଡ଼ିଛି ।

ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ବ୍ୟତୀତ ୧୧ ଜଣ ଅନ୍ୟ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ମନ୍ତ୍ରୀଭାବରେ ଶପଥ ଗ୍ରହଣ କରିଥିବା ବିଧାୟକମାନେ ହେଲେ ମନୋହର ଅଜଗାୱକର, ରୋହନ ଖୱଟେ, ଜୟେଶ ସଲଗାୱକର, ବିଶ୍ୱଜିତ ରାଣେ, ମାୱନ ଗୁଡିନୋ ଆଦି । ଗୋଆ ଫରୱାଡ ପାର୍ଟିର ନେତା ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.