ଜେଲରୁ ମୁକୁଳିଲେ ପ୍ରଦୀପ ପାଣିଗ୍ରାହୀ
1 min read
ଆଓରି-ଭୁବନେଶ୍ୱର(୧୨/୦୬) : ଜେଲରୁ ମୁକୁଳିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଠକେଇ ମାମଲାରେ ଜେଲରେ ଥିବା ଗୋପାଳପୁର ବିଧାୟକ ଜେଲରୁ ମୁକୁଳିଛନ୍ତି । ଝାରପଡ଼ା ଜେଲରୁ ଆଜି ମୁକୁଳିଛନ୍ତି ପ୍ରଦୀପ । ୨୦୨୦ ଡିସେମ୍ବର ୩ ତାରିଖରେ ଗିରଫ ହୋଇଥିଲେ ପ୍ରଦୀପ । ତାଙ୍କର ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଜରିଆରେ ଟାଟା କମ୍ପାନୀରେ ଚାକିରି କରାଇ ଦେବା ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଗଞ୍ଜାମ ଜିଲାର ବିଭିନ୍ନ ଥାନାରେ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଏକାଧିକ ମାମଲା ରୁଜୁ ହୋଇଥିଲା। ନିଜକୁ ଟାଟା ମୋଟର୍ସର ଏମ୍ଡି ରୂପେ ପରିଚୟ ଦେଇ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗଞ୍ଜାମ ଜିଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଜାରି ରଖିଛି। ପାଠକ ବାପା ପୁଅଙ୍କ ସହ ଫସିଥିଲେ ପ୍ରଦୀପ ।