ରାଜ୍ୟ

MBBS ପାଠ୍ୟକ୍ରମରେ ପ୍ରଥମ ବର୍ଷରୁ ବାଧ୍ୟତାମୂଳକ ହେବ ପ୍ରାକ୍ଟିକାଲ

ଆ.ଓ.ରି(୧୭|୫)-MBBS ପାଠ୍ୟକ୍ରମରେ ପ୍ରଥମ ବର୍ଷରୁ ବାଧ୍ୟତାମୂଳକ ହେବ ପ୍ରାକ୍ଟିକାଲ ପରୀକ୍ଷା। ଅତ୍ୟାଧୁନିକ ଡାକ୍ତରୀ ଜ୍ଞାନକୌଶଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ଦକ୍ଷ ଡାକ୍ତର ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଆସନ୍ତା ୨୦୧୯-୨୦ ଶିକ୍ଷା ବର୍ଷରୁ ଏହି ନିଷ୍ପତ୍ତି ଲାଗୁ ହେବ। ଖୁବ୍‌ଶୀଘ୍ର ଏନେଇ ଏମ୍‌ସିଆଇ (ମେଡିକାଲ୍ କାଉନ୍‌ସିଲ ଅଫ୍ ଇଣ୍ଡିଆ) ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ।ପ୍ରଥମ ବର୍ଷରୁ ପ୍ରାକ୍ଟିକାଲ ଦ୍ୱାରା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ସହ ଅଭିଜ୍ଞତା ବଢ଼ିବ ବୋଲି କହିଛନ୍ତି ବିଶେଷଜ୍ଞ। ଖାଲି ସେତିକି ନୁହେଁ ରୋଗୀଙ୍କୁ କିଭଳି ଉତ୍ତମ ଆଚରଣ ପ୍ରଦର୍ଶନ କରାଯିବ ସେ ନେଇ ଡାକ୍ତରୀ ଛାତ୍ରଙ୍କୁ ଟ୍ରେନିଂ ମଧ୍ୟ ଦିଆଯିବ। ଏହାଦ୍ୱାରା ବିଭିନ୍ନ ଡାକ୍ତରଖାନା ଓ ମେଡିକାଲ କଲେଜରେ ବହୁ ସମୟରେ ଡାକ୍ତର-ରୋଗୀଙ୍କ ମଧ୍ୟରେ ଉପୁଜୁଥିବା ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇ ହେବ।

ଓ୍ୱାର୍ଲଡ ଫେଡେରେସନ୍ ଫର ମେଡିକାଲ୍ ଏଜୁକେସନ୍ ଦ୍ୱାରା ପ୍ରସ୍ତୁତ ଡାକ୍ତରୀ ପାଠ୍ୟକ୍ରମକୁ ଆଧାର କରି ଏମ୍‌ସିଆଇର ଏକାଡେମିକ୍ କାଉନ୍‌ସିଲ୍ ଏହି ନିଷ୍ପତ୍ତି ନେଇଛି।  MBBS ପାଠ୍ୟକ୍ରମରେ ଅଣାଯାଇଥିବା ଏହି ସଂସ୍କାରକୁ ଡାକ୍ତରୀ ପାଠ୍ୟକ୍ରମ ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ମଧ୍ୟ ସ୍ୱାଗତ କରିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ନୂଆ ପାଠ୍ୟକ୍ରମ ଅନୁଯାୟୀ, ପ୍ରତି ସେମିଷ୍ଟରରେ କରାଯାଉଥିବା ‘ମଷ୍ଟ ନୋ ଟେଷ୍ଟ’କୁ ପାସ୍ କରିବା ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button