May 19, 2024

ପ୍ରବାସୀ ଓଡିଆ ପରିବାର ତରଫରୁ ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ ସମ୍ବର୍ଦ୍ଧନା

1 min read
prabasi-odia-felicitate-national-bravery-awardee-AajiraOdisha

ଗତକାଲି ଦିଲ୍ଲୀରେ କିଛି ବୁଦ୍ଧିଜୀବି ମାନେ ପ୍ରବାସୀ ଓଡିଆ ପରିବାର ତରଫରୁ ଚଳିତ ବର୍ଷ ଶିଶୁ ଜାତୀୟ ସାହସିକତା ପୁରସ୍କାର-୨୦୧୭ରୁ ୨ ଜଣ ଅଡିଆ ଓ ଜାତୀୟ ଅନ୍ଧ କ୍ରିକେଟ ଦଳର ୨ଖେଳାଳିଙ୍କୁ ଙ୍କୁ ସମ୍ମାନିତ କରିଥିଲେ | ସେ ସାହସୀ ଶିଶୁ 2 ଜଣ ହେଲେ କେନ୍ଦ୍ରପଡାର ମମତା ଦଳେଇ ଓ କେନ୍ଦୁଝର ଜିଲ୍ଲା ପଙ୍କଜ କୁମାର ମହନ୍ତ ଏବଂ କ୍ରିକେଟ ଖେଳାଳି ଭୁବନେଶ୍ବରର ମହମ୍ମଦ ଯାଫର ଓ ପଙ୍କଜ ଭୋଇ।

WhatsApp Imagprabasi-odia-felicitate-national-bravery-awardee-AajiraOdisha

ଗତବର୍ଷ ନିଜ ଭଉଣୀକୁ କୁମ୍ଭୀର ଟାଣି ନେଉଥିବା ବେଳେ ଅପୂର୍ବ ସାହସିକତା ଦେଖାଇ ଭଉଣୀକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଙ୍କୁଆଳ ଗ୍ରାମର ୭ ବର୍ଷର ବାଳିକା ମମତା ଦଳେଇ ଓ ବୈତରଣୀ ନଦୀରେ ବନ୍ୟାରେ ଭାସିଯାଉଥିବା ୩ ଜଣ ମହିଳାଙ୍କୁ ଅପୂର୍ବ ସାହସିକତା ଦେଖାଇ ଉଦ୍ଧାର କରିଥିବା କେନ୍ଦୁଝର ଜିଲ୍ଲାର ୧୪ ବର୍ଷର ବାଳକ ପଙ୍କଜ କୁମାର ମହନ୍ତ ଏହି ସାହସିକତା ପୁରସ୍କାର ଗତ ୨୫ ତାରିଖରୁ ରାଷ୍ଟ୍ରପତିଏନକେ ପ୍ରାପ୍ତ ହୋଇଥିଲେ| ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ମିଳି ଜୀବନରେ ପଛଘୁଞ୍ଚା ନ ଦେଇ ଆଗକୁ ବଢିବାକୁ ପ୍ରୋଶ୍ଚାହିତ କରିଥିଲେ |WhatsApp Imagprabasi-odia-felicitate-national-bravery-awardee-AajiraOdisha

2 ଜଣ ଶିଶୁ ଙ୍କ ଛଡା ଭାରତୀୟ ଅନ୍ଧ କ୍ରିକେଟ ଦଳ ଗତ ସପ୍ତାହରେ ପାକିସ୍ତାନ କୁ ହରାଇ ବିଶ୍ଵ କପ ଜିତିଥିଲେ, ସେଥିରେ ୨ ଜଣ ଓଡିଆ ଖେଳାଳି ଭୁବନେଶ୍ବରର ମହମ୍ମଦ ଯାଫର ଓ ପଙ୍କଜ ଭୋଇ। ଏହି ୪ ଜଣ ତାରକାଙ୍କୁ ସୁନ୍ଦର ଓଡିଶା ଫାଉଣ୍ଡେସନ ତରଫରୁ ଏହି କାର୍ଯ୍ଯକର୍ମରେ ଖୁସି ଫାଉଣ୍ଡେସନ ଓ ଆଇପ୍ରୋଚ ଦ୍ଵାରା ସମ୍ବର୍ଦ୍ଧନା କରଯାଇଥିଲା |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.