ରାଜ୍ୟ

ଚିନ୍ତା ବଢ଼ାଇଲା ଦିଲ୍ଲୀ ପ୍ରଦୂଷଣ

ଆଓରି-ନୂଆଦିଲ୍ଲୀ(୧୬/୬):  ରାଜଧାନୀ ଦିଲ୍ଲୀରେ ପୁଣିଥରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। ଏହି ସଙ୍କଟ କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ସମସ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପଥର ଖଣିଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିଶମ ବିଭାଗ ରାସ୍ତାରେ ପାଣି ଛିଞ୍ଚିବା ସହ ମେସିନ ସହାୟତାରେ ରାସ୍ତାର ଧୂଳି ସଫା କରିବାକୁ ନିର୍ଦ୍ଦେଶ ମିଳିଛି । ପୁଣିଥରେ ଦିଲ୍ଲୀର ପ୍ରଦୂଷଣ

ରାଜଧାନୀ ଦିଲ୍ଲୀରେ ପୁଣିଥରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। ଏହି ସଙ୍କଟ କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ସମସ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପଥର ଖଣିଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିଶମ ବିଭାଗ ରାସ୍ତାରେ ପାଣି ଛିଞ୍ଚିବା ସହ ମେସିନ ସହାୟତାରେ ରାସ୍ତାର ଧୂଳି ସଫା କରିବାକୁ ନିର୍ଦ୍ଦେଶ ମିଳିଛି । ପୁଣିଥରେ ଦିଲ୍ଲୀର ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ପହଞ୍ଚି ସାରିଛି। ଲୋକଙ୍କୁ ମାସ୍କ ବ୍ୟବହାର କରିବା ଓ ଘରୁ ବାହାରିବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଦିଲ୍ଲୀ ସହରରେ ପିଏମ୍‌ ୧୦ ସ୍ତରର ପ୍ରଦୂଷଣ ମାତ୍ରା ୮୩୦ ଛୁଇଁଥିବା ବେଳେ ଏନ୍‌ସିଆର ଅଞ୍ଚଳରେ ଏହା ୭୯୬ ରହିଛି। ଉଲ୍ଳେଖଯୋଗ୍ୟ, ବାୟୁ ଗୁଣବତ୍ତା ସୂଚକାଙ୍କ ଅନୁଯାୟୀ ଏହି ପ୍ରଦୂଷଣର ମାତ୍ରା ୪ ଶହରୁ ୫ଶହ ମଧ୍ୟରେ ରହିଲେ ଏହା ବିପଜ୍ଜନକ ବୋଲି ବିବେଚନା କରାଯାଇଥାଏ। ଏ ବାବଦାରେ ନିତି ଆୟୋଗର ବୈଠକରେ ମଧ୍ୟ ଚର୍ଚ୍ଚା ହୋଇଛି ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପରିବେଶ ମନ୍ତ୍ରୀ ଡ ହର୍ଷବର୍ଦ୍ଧନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ମଧ୍ୟରେ ଏନେଇ ବୈଠକ ହେବ ଓ କିଭଳି ଭାବେ ଆଗାମୀ ୨ ବର୍ଷ ମଧ୍ୟାୀ ଦିଲ୍ଲୀର ପ୍ରଦୂଷଣକୁ ନିୟନ୍ତ୍ରିତ କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରାଯିବ।

ବାୟୁ ପ୍ରଦୂଷଣ ସାଙ୍ଗକୁ ଆଜି ଦିନ ତମାମ୍‌ ରାଜଧାନୀରେ ଘୂର୍ଣ୍ଣିଝଡ଼ ଦେଖିବାକୁ ମିଳିଥିଲା। ୨ ଦିନ ଯାଏଁ ଦିଲ୍ଲୀରେ ଏଭଳି ଝଡ଼ ତୋଫାନ ଲାଗି ରହିବ ବୋଲି ପାଣିପାଗ ବିଭଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀରେ ତାପମାତ୍ରା ମଧ୍ୟ ହ୍ରାସ ପାଇବାର ନାଁ ଧରୁନି। ଆଜି ଦିଲ୍ଲୀରେ ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବାୟୁ ପ୍ରଦୂଷଣ ମାତ୍ରା ପୁଣିଥରେ ବୃଦ୍ଧି ପାଇବା ପରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା, ଆଖି ଜଳାପୋଡ଼ା ହେବା ଭଳି ଲକ୍ଷଣ ଲୋକେ ଅନୁଭବ କରୁଛନ୍ତି।

ସ୍ଥିତିରେ ପହଞ୍ଚି ସାରିଛି। ଲୋକଙ୍କୁ ମାସ୍କ ବ୍ୟବହାର କରିବା ଓ ଘରୁ ବାହାରିବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଦିଲ୍ଲୀ ସହରରେ ପିଏମ୍‌ ୧୦ ସ୍ତରର ପ୍ରଦୂଷଣ ମାତ୍ରା ୮୩୦ ଛୁଇଁଥିବା ବେଳେ ଏନ୍‌ସିଆର ଅଞ୍ଚଳରେ ଏହା ୭୯୬ ରହିଛି। ଉଲ୍ଳେଖଯୋଗ୍ୟ, ବାୟୁ ଗୁଣବତ୍ତା ସୂଚକାଙ୍କ ଅନୁଯାୟୀ ଏହି ପ୍ରଦୂଷଣର ମାତ୍ରା ୪ ଶହରୁ ୫ଶହ ମଧ୍ୟରେ ରହିଲେ ଏହା ବିପଜ୍ଜନକ ବୋଲି ବିବେଚନା କରାଯାଇଥାଏ। ଏ ବାବଦାରେ ନିତି ଆୟୋଗର ବୈଠକରେ ମଧ୍ୟ ଚର୍ଚ୍ଚା ହୋଇଛି ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପରିବେଶ ମନ୍ତ୍ରୀ ଡ ହର୍ଷବର୍ଦ୍ଧନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ମଧ୍ୟରେ ଏନେଇ ବୈଠକ ହେବ ଓ କିଭଳି ଭାବେ ଆଗାମୀ ୨ ବର୍ଷ ମଧ୍ୟାୀ ଦିଲ୍ଲୀର ପ୍ରଦୂଷଣକୁ ନିୟନ୍ତ୍ରିତ କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରାଯିବ।

ବାୟୁ ପ୍ରଦୂଷଣ ସାଙ୍ଗକୁ ଆଜି ଦିନ ତମାମ୍‌ ରାଜଧାନୀରେ ଘୂର୍ଣ୍ଣିଝଡ଼ ଦେଖିବାକୁ ମିଳିଥିଲା। ୨ ଦିନ ଯାଏଁ ଦିଲ୍ଲୀରେ ଏଭଳି ଝଡ଼ ତୋଫାନ ଲାଗି ରହିବ ବୋଲି ପାଣିପାଗ ବିଭଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀରେ ତାପମାତ୍ରା ମଧ୍ୟ ହ୍ରାସ ପାଇବାର ନାଁ ଧରୁନି। ଆଜି ଦିଲ୍ଲୀରେ ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବାୟୁ ପ୍ରଦୂଷଣ ମାତ୍ରା ପୁଣିଥରେ ବୃଦ୍ଧି ପାଇବା ପରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା, ଆଖି ଜଳାପୋଡ଼ା ହେବା ଭଳି ଲକ୍ଷଣ ଲୋକେ ଅନୁଭବ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button