ଆନ୍ତର୍ଜାତୀୟ

ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ହେଲେ ପ୍ରଧାନମନ୍ତ୍ରୀ ମୋଦି

ଆଓରି-ଭୁବନେଶ୍ଵର(୨୨/୦୬):ସାରା ବିଶ୍ୱର 25 ଜଣ ଶକ୍ତିଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ରହିଛନ୍ତି । ଏହି 25 ଜଣଙ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ, ସି ଜିନ୍‌ପିଙ୍ଗ ଓ ପୁତିନଙ୍କ ଭଳି ଶକ୍ତିଶାଳୀ ବ୍ୟକ୍ତିତ୍ୱ ରହିଥିଲେ । ବ୍ରିଟିଶ୍‌ ହେରାଲ୍ଡର ଏକ ପୋଲରେ ପାଠକମାନେ ପ୍ରଧାନମନ୍ତ୍ରୀଙ୍କୁ ୨୦୧୯ରେ ଦୁନିଆର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ଚୟନ କରିଛନ୍ତି ।

ସୂଚନା ମୁତାବକ ଦୁନିଆର ସବୁଠୁ ଶକ୍ତିଶାଳୀ ନେତାଙ୍କ ଚୟନ ପାଇଁ କେବଳ ଭୋଟିଂ କରାଯାଇନଥିଲା, ବ୍ରିଟିଶ ହେରାଲ୍ଡର ପାଠକଙ୍କୁ ଭୋଟ୍ କରିବା ପାଇଁ ଓ୍ଵାନ ଟାଇମ୍‌ ପାସ୍‌ଓ୍ଵାର୍ଡ ମଧ୍ୟ ଦିଆଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଯେ, କୌଣସି ବ୍ୟକ୍ତି ଜଣେରୁ ଅଧିକ ଲୋକଙ୍କୁ ଭୋଟ୍ ଦେଇ ପାରିବ ନାହିଁ । ଆଶ୍ଚର୍ଯ୍ୟର କଥା ଭୋଟିଂ ସମୟରେ ସାଇଟ୍ କ୍ରାସ ମଧ୍ୟ ହୋଇଯାଇଥିଲା । କାରଣ ଭୋଟ୍ କରିବା ପାଇଁ ଅଧିକରୁ ଅଧିକ ଲୋକ ଏଥିରେ ସାମିଲ ହୋଇଥିଲେ ।

ବ୍ରିଟିଶ୍‌ ହେରାଲ୍ଡର ପାଠକଙ୍କ ମଧ୍ୟରେ ପିଏମ୍‌ ମୋଦିଙ୍କୁ ସର୍ବାଧିକ ୩୦.୯ ପ୍ରତିଶତ ଅଧିକ ଭୋଟ୍ ମିଳିଛି । ସେ ନିଜର ପ୍ରତିଦ୍ଵନ୍ଦ୍ୱୀ ନେତା ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କଠୁ ଆଗରେ ରହିଛନ୍ତି । ଏହି ପୋଲରେ ପୁତିନଙ୍କୁ ୨୯.୯ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଟ୍ରମ୍ପଙ୍କୁ ୨୧.୯ ପ୍ରତିଶତ ଭୋଟ୍ ମିଳିଛି । ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ୧୮.୧ ପ୍ରତିଶତ ଭୋଟ୍ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଫଟୋ ବ୍ରିଟିଶ୍‌ ମ୍ୟାଗଜିନ୍‌ର ଜୁଲାଇ ସଂସ୍କରଣର କଭର ପେଜ୍‌ରେ ମଧ୍ୟ ପ୍ରକାଶିତ ହୋଇଛି । ଏହି ଏଡିସନ୍‌ ଜୁଲାଇ ୧୫ରେ ରିଲିଜ୍ ହେବ ।

ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦ୍ଵିତୀୟ ସଫଳତା ମିଳିବା ପରେ ଦୁନିଆର ତାଙ୍କର ପ୍ରଭାବ ଆହୁରି ବଢିଛି । ପୁଲଓ୍ଵାମା ହମଲା ପରେ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ମୋଦି ଏୟାର ଷ୍ଟ୍ରାଇକ୍‌ କରିବାର ନିଷ୍ପତ୍ତି ନେଲେ ଏଥିରେ ତାଙ୍କୁ ଦୁନିଆ ଶକ୍ତିଶାଳୀ ନେତା ମାନିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button