Uncategorizedରାଜ୍ୟ

ପୋଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

ଆଓରି-ନୂଆଦିଲ୍ଲୀ( ୬।୭) : ଜମ୍ମୁ-କଶ୍ମୀରରେ ଜଣେ ପୋଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ଆତଙ୍କବାଦୀ। ଶୋପିଆନ୍‌ର ବେହଲୀ କାଚଡ଼ୋଗରା ଅଞ୍ଚଳରେ ଘଟିଛି ଏହି ଅଘଟଣ। ଏଠାରେ ବାସ କରୁଥିବା କନଷ୍ଟେବଳ ଜାଭେଦ୍‌ ଅହମ୍ମଦ୍‌ ଡାର୍‌ଙ୍କୁ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଅପହରଣ କରି ପରେ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ଜାଭେଦ୍‌ଙ୍କ ଘରେ ପଶି ଆତଙ୍କବାଦୀମାନେ ତାଙ୍କୁ ଖୋଜି ଥିଲେ। ଜାଭେଦ୍‌ଙ୍କ ମା’ ହଜ୍‌ କରିବାକୁ ଯାଉଥିବାରୁ ସେ ଔଷଧ ଆଣିବା ଲାଗି ମେଡ଼ିସିନ୍‌ ଷ୍ଟୋରରେ ଥିଲେ। ସେଠାରୁ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିଥିଲେ। ପରେ ହତ୍ୟା କରି ଜାଭେଦ୍‌ଙ୍କୁ କୁଲଗାମ୍‌ର ପରିଓ୍ବାନ ଅଞ୍ଚଳରେ ପକାଇ ଦେଇଥିଲେ। ଏନେଇ ତଦନ୍ତ ଜାରି ରହିଥିବା ପୋଲିସ ସୂଚିତ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button